ନୂଆଦିଲ୍ଲୀ,୧୨-୨: ଜିଏସ୍ଟି ପୋର୍ଟାଲରେ ରହିଥିବା ବିଭିନ୍ନ ଟେକ୍ନୋଲୋଜି ଜନିତ ଅସୁବିଧା ଦୂର କରିବା ଲାଗି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଏସ୍ଟି ସଂକ୍ରାନ୍ତ ପିଟିଶନର ଶୁଣାଣି କରି ଜଷ୍ଟିସ ଆର୍ .ଏଫ୍. ନରିମାନ ଏବଂ ଜଷ୍ଟିସ ରବିନ୍ଦର ଏସ୍.ଭଟ୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଜିଏସ୍ଟି ସର୍ଭରରେ ଏମିତି କୌଣସି ଅସୁବିଧା ନ ରହିବା ଆବଶ୍ୟକ ଯାହା ଦ୍ୱାରା ସାଧାରଣ ଲୋକମାନେ ଅସୁବିଧା ସାମ୍ନା କରିବେ। ସେହିଭଳି ଜିଏସ୍ଟିଆର୍ -୯ ଏବଂ ଜିଏସ୍ଟିଆର୍୯-ସି ଦାଖଲର ସମୟ ସୀମା ବଢାଇବା ଲାଗି ରାଜସ୍ଥାନ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରହିତାଦେଶ ଦେଇଛନ୍ତି।