Categories: ବାଣିଜ୍ୟ

ଜିଏସ୍‌ଟି ବାର୍ଷିକ ରିଟର୍ନ ପଇଠ ଅବଧି ବଢିଲା

ନୂଆଦିଲ୍ଲୀ,୧୫-୧୧: କେନ୍ଦ୍ର ସରକାର ଗୁରୁବାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ବାର୍ଷିକ ରିଟର୍ନ ଓ ରିକନସିଲେଶନ ଷ୍ଟେଟମେଣ୍ଟ ଫାଇଲ କରିବାର ଅବଧିକୁ ବଢାଇଛନ୍ତି। ୨୦୧୭-୧୮ ବର୍ଷ ଲାଗି ରିଟର୍ନ ଅବଧି ଡିସେମ୍ବର ୩୧କୁ ବଢିଥିବା ବେଳେ ୨୦୧୮-୧୯ ବର୍ଷ ଲାଗି ଏହାକୁ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରାଯାଇଛି। ସେହିଭଳି ୨ ଜିଏସ୍‌ଟି ରିଟର୍ନ ଫର୍ମକୁ ସରଳୀକୃତ କରାଯାଇଥିବା କେନ୍ଦ୍ରୀୟ ପରୋକ୍ଷ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ କୁହାଯାଇଛି। ପୂର୍ବରୁ ବାର୍ଷିକ ରିଟର୍ନ ବା ଜିଏସ୍‌ଟିଆର୍‌-୯ ଏବଂ ଜିଏସ୍‌ଟି ଆର୍‌ ୯- ସି ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୩୦ ଡିସେମ୍ବର ମାସ ୩୧ ରହିଥିଲା। ନୂଆ ତାରିଖ ନେଇ ସିବିଆଇସି ବିଜ୍ଞପ୍ତି ମଧ୍ୟ ଜାରି କରିଛି।

Share