Categories: ବାଣିଜ୍ୟ

ଜିଏସ୍‌ଟି ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରୟା ରଖିଲେ ନିର୍ମଳା

ନୂଆଦିଲ୍ଲୀ,୧୪-୧୨: ଜିଏସ୍‌ଟି କାଉନସିଲ ବୈଠକ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଅର୍ଥମନ୍ତ୍ରୀ ସୀତାରାମନ ଜିଏସ୍‌ଟି ବୃଦ୍ଧି ପ୍ରସଙ୍ଗକୁ ନେଇ ପ୍ରତିକ୍ରୟା ରଖିଛନ୍ତି। ସେ କହିଛନ୍ତି, ମୋ କାର୍ଯ୍ୟାଳୟକୁ ଛାଡି ଦେଲେ ଅନ୍ୟ ସବୁଆଡେ ଜିଏସ୍‌ଟି ବଢିବ ବୋଲି ଆଲୋଚନା ହେଉଛି। ରାଜସ୍ବ ହ୍ରାସ ହେଉଥିବାରୁ ସରକାର ବିଭିନ୍ନ ଜିଏସ୍‌ଟି ହାରରେ ପରିବର୍ତ୍ତନ କରି ରାଜସ୍ବ ଭରଣା କରିବାକୁ ଚାହୁଁଥିବା ଏକ ପ୍ରଶ୍ନର ଉତ୍ତର ରଖି ନିର୍ମଳା ଏଭଳି ମନ୍ତବ୍ୟ ଦେଇଛନ୍ତି। ମାତ୍ର ଜିଏସ୍‌ଟି ନ ବଢିବା ନେଇ ସେ କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି। ଏବେ ଯାଏ ଅର୍ଥ ମନ୍ତ୍ରଣାଳୟ ଏହି ପ୍ରସଙ୍ଗ ଉପରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରି ନ ଥିବା ସେ କହିଛନ୍ତି।

Share