Categories: ଜାତୀୟ

ଜିଏସ୍‌ଟି ଯୋଗୁ ୫ ଲକ୍ଷ କୋଟିରୁ ଅଧିକ ରାଜକୋଷରେ ଜମା ହୋଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୬।୭: ଜିଏସ୍‌ଟି ଯୋଗୁ କେନ୍ଦ୍ରୀୟ ରାଜକୋଷରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ,୨୦୧୮-୧୯ରେ ରାଜକୋଷରେ ୫ ଲକ୍ଷ ୧୮ ହଜାର କୋଟି ଟଙ୍କା ଜମା ହୋଇଛି। ୨୦୧୭-୧୮ରେ ଏହାର ପରିମାଣ ୨ ଲକ୍ଷ ୯୧ ହଜାର କୋଟି ଟଙ୍କା ଥିଲା। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ଭାବେ ୮୧ ହଜାର ଶହେ ୭୭ କୋଟି ଟଙ୍କା ଜମା କରିଛନ୍ତି। ତେବେ ୨୦୧୭-୧୮ରେ କ୍ଷତିପୂରଣ ପରିମାଣ ୪୮ ହଜାର ଶହେ ୭୮ କୋଟି ଥିଲା। ୨୦୧୯ ଜୁନ୍‌ରେ ୯୯ ହଜାର ୯ଶହ ୩୯ କୋଟି ଟଙ୍କା ଜିଏସ୍‌ଟି ରାଜକୋଷକୁ ଆସିଥିବା ଅର୍ଥମନ୍ତ୍ରୀ କହିଛନ୍ତି।

Share