Categories: ବାଣିଜ୍ୟ

ଜିଏସ୍‌ଟି ସେଲ୍‌ସ ରିଟର୍ନ ଦାଖଲ ଅବଧି ବଢିଲା

ନୂଆଦିଲ୍ଲୀ,୨୧ା୪: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସେଲ୍‌ସ ରିଟର୍ନ ଦାଖଲ କରିବାରେ ଶେଷ ତାରିଖର ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ମାର୍ଚ୍ଚ ମାସ ଲାଗି ଜିଏସ୍‌ଟିଆର୍‌-୩ବି ଦାଖଲ ଲାଗି ସୀମା ୩ ଦିନ ବଢାଯାଇ ଏପ୍ରିଲ ୨୩ କରାଯାଇଥିବା ଜିଏସ୍‌ଟି ପୋର୍ଟାଲରେ ଉଲ୍ଲେଖ କରାଯାଇଛି। ଜିଏସ୍‌ଟିର ସମରି ସେଲସ ରିଟର୍ନ ଦାଖଲ ଲାଗି ଶେଷ ତାରିଖ ଚଳିତ ମାସ ୨୦ ତାରିଖ ରହିଥିଲା। ଜିଏସ୍‌ଟିଏନ୍‌ରେ ବିଭିନ୍ନ ଅସୁବିଧା ଯୋଗୁ ସରକାର ଏଭଳି ଦିନ ଗଡାଉଥିବା ଏଏମ୍‌ ଜିଆର ଆଣ୍ଡ ଆସୋସିଏଟର ପାର୍ଟନର ରଜତ ମୋହନ ସୂଚନା ଦେଇଛନ୍ତି। ଅପରପକ୍ଷରେ ଶେଷ ଦିନ ଆଡକୁ ଟିକସଦାତା ରିଟର୍ନ ଫାଇଲ କରୁଥିବାରୁ ସିଷ୍ଟମ ଏହାର ଚାପକୁ ନ ସମ୍ଭାଳି କ୍ରାସ କରୁଥିବା ସେ କହିଛନ୍ତି।

Share