ମୁମ୍ବାଇ,୧୯।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ’ର ଡିଜିଟାଲ ପ୍ଲାଟଫର୍ମ ଜିଓରୁ ସାଉଦି ଆରବର ପିଆଇ୍ଏଫ ସଂସ୍ଥା୨.୩% ଅଂଶଧନ କ୍ରୟ କରିଛି। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ସାଉଦି ଆରବର ପବ୍ଲିକ ଇନଭେଷ୍ଟମେଣ୍ଟ ଫଣ୍ଡ (ପିଆଇଏଫ୍) ନାମକ ସଂସ୍ଥା ଜିଓ ପ୍ଲାଟଫର୍ମରେ ୧୧,୩୬୭କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ଗତ ୯ ସପ୍ତାହ ମଧ୍ୟରେ ନିବେଶକଙ୍କ ଠାରୁ ଜିଓ ୧.୧୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ହାସଲ କରିଛି ।