Categories: ବାଣିଜ୍ୟ

ଜିଓ ଦେଶର ସବୁଠୁ ବଡ଼ ଟେଲିକମ କମ୍ପାନୀ

ନୂଆଦିଲ୍ଲୀ,୨୮-୭: ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଜିଓ ଲଞ୍ଚ ହେବାର ମାତ୍ର ୩ ବର୍ଷ ମଧ୍ୟରେ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ହୋଇପାରିଛି। କମ୍ପାନୀର ଉପଭୋକ୍ତା ସଂଖ୍ୟା ଏବେ ୩୩.୧୩ କୋଟିରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଭୋଡାଫୋନ-ଆଇଡିଆର ଗ୍ରାହକ ସଂଖ୍ୟା ହ୍ରାସ ପାଇ ୩୨ କୋଟିରେ ପହଞ୍ଚତ୍ଛି। ଭାରତୀୟ ଟେଲିକମ ନିୟନ୍ତ୍ରକ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ମେ’ର ଏୟାରଟେଲକୁ ପଛରେ ପକାଇ ଜିଓ ଦ୍ୱିତୀୟ ସର୍ବବୃହତ କମ୍ପାନୀ ହୋଇଥିଲା। ସେତେବେଳେ ଭୋଡାଫୋନ-ଆଇଡିଆ ଏକ ନମ୍ବର ସ୍ଥାନରେ ଥିଲା। ଭୋଡାଫୋନର ଗ୍ରାହକ ସଂଖ୍ୟା ସେତେବେଳେ ୩୯.୭୫ କୋଟି ଥିଲା। ତେବେ ଜୁନ୍‌ ୩୦ ସୁଦ୍ଧା ଏହା ୩୨ କୋଟିକୁ ହ୍ରାସ ପାଇଛି।

Share