Categories: ବାଣିଜ୍ୟ

ଜିଓ ସହ ହାତ ମିଳାଇଲା ମାଇକ୍ରୋସଫ୍ଟ

ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ ସହ ମାଇକ୍ରୋସଫ୍ଟ ହାତମିଳାଇଛି। ଏଥିଯୋଗୁ ଦେଶକୁ ଡିଜିଟାଲ ଟ୍ରାନ୍ସଫର୍ମେଶନ ଆଡକୁ ନେଇଯିବା ଦ୍ରୁତ ହେବ। ଆର୍‌ଆଇଏଲ୍‌ର ଏଜିଏମ୍‌ରେ ମୁକେଶ କହିଛନ୍ତି ଯେ, ମାଇକ୍ରୋସଫ୍ଟ ସହିତ ପାର୍ଟନରସିପ୍‌ କରି ଜିଓ ଷ୍ଟାର୍ଟଅପ୍‌ କମ୍ପାନୀଙ୍କୁ ମାଗଣାରେ କନେକ୍ଟିଭିଟି ଏବଂ କ୍ଲାଉଡ୍‌ ଇନ୍‌ଫ୍ରା ସର୍ଭିସ ଯୋଗାଇ ଦେବ। ଏହି ପାର୍ଟନରସିପ୍‌ ପରେ ମାଇକ୍ରୋସଫ୍ଟ ନିଜର କ୍ଲାଉଡ୍‌ ସର୍ଭିସ ଆଜୁର୍‌କୁ ଜିଓ ନେଟ୍‌ଓ୍ବର୍କରେ ସାମିଲ କରିବ। ଷ୍ଟାର୍ଟଅପ୍‌ ଲାଗି ସ୍ପେଶାଲ କନେକ୍ଟିଭିଟି ସେବା ୨୦୨୧ ଜାନୁୟାରୀ ପହିଲାରୁ ଆରମ୍ଭ କରାଯିବ। ଏହି ଅବସରରେ ବୈଠକରେ ଉପସ୍ଥିତ ସତ୍ୟ ନାଡେଲା କହିଛନ୍ତି ଯେ, ଉଭୟ କମ୍ପାନୀ ମିଳିମିଶି ସମନ୍ବିତ ପ୍ରଯୁକ୍ତି ସମାଧାନ ଆଣିବାକୁ ଯାଉଛନ୍ତି। ଏହି ସେବା ପାଇବା ପାଇଁ ଷ୍ଟାର୍ଟଅପ୍‌ଗୁଡ଼ିକ ନିଜକୁ ଜିଓ ପୋର୍ଟାଲରେ ରେଜିଷ୍ଟ୍ରିଭୁକ୍ତ କରିବାକୁ ହେବ।

Share