Advertisement

ଜିକା ପରୀକ୍ଷାକୁ ବଜାର ପ୍ରାଧିକରଣ ସ୍ବୀକୃତି

ଚିକାଗୋ: ଜିକା ଭାରି ମାରାମତ୍କ । ଏହି ରୋଗକୁ ପ୍ରାଥମିକ ସ୍ତରରେ ହଠାତ ଚିହ୍ନଟ କରିହୁଏନାହିଁ। କିନ୍ତୁ ଏହା ଧୀରେ ଧୀରେ ଗର୍ଭସ୍ଥ ଶିଶୁର ମସ୍ତିଷ୍କକୁ କ୍ଷତି କରିଦେଇଥାଏ। ଜିକାକୁ ପ୍ରାରମ୍ଭିକ ଅବସ୍ଥାରୁ ଜାଣିବା ପାଇଁ ସେଣ୍ଟ ଲୁଇସ୍‌ସ୍ଥିତ ଓ୍ବାଶିଂଟନ ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ମେଡିସିନ୍‌ ଦ୍ୱାରା ଏକ ଡାଇଗ୍ନୋଷ୍ଟିକ ଟେଷ୍ଟ ବା ଡାକ୍ତରୀ ପରୀକ୍ଷା ପଦ୍ଧତି ବିକାଶ କରାଯାଇଛି। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେଶନ(ଏଫ୍‌ଡିଏ) ଏହାକୁ ବଜାର ପ୍ରାଧିକରଣ ସ୍ବୀକୃତି ମଧ୍ୟ ଦେଇଛି। ଓ୍ବାଶିଂଟନ ୟୁନିଭର୍ସିଟିର ଓ୍ବେବ୍‌ସାଇଟରେ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି। କିଛି ଆଣ୍ଟିବଡି(ରୋଗପ୍ରତିରୋଧୀ ତତ୍ତ୍ୱ) ଓ ଅନ୍ୟ ଉପାଦାନ ପ୍ରୟୋଗ କରାଯାଇ ଜିକା ପୀଡିତଙ୍କଠାରେ ଜିକା ବିରୋଧୀ ଆଣ୍ଟିବଡିଜ୍‌କୁ ଠାବ କରାଯାଇପାରିବ। ସଂକ୍ରମଣର ୧୨ ସପ୍ତାହ ମଧ୍ୟରେ ଏହି ପରୀକ୍ଷା ଦ୍ୱାରା ଜିକା ରହିଛି କି ନାହିଁ ତାହା ଜଣାପଡିବ । ଏହା ନୁହେଁ ଯେ, ଜିକା ସଂକ୍ରମଣ ଜାଣିବା ପାଇଁ ଏହି ପରୀକ୍ଷା ଏକମାତ୍ର ଉପାୟ । ନିକଟରେ ଯେଉଁ ପୀଡିତଙ୍କଠାରେ ଜିକା ଲକ୍ଷଣ ଥିବା ଜଣାଯାଏ କିମ୍ବା ଯେଉଁମାନେ ଜିକା ସଂକ୍ରମିତ ଅଞ୍ଚଳରେ ରହୁଛନ୍ତି ସେମାନଙ୍କ ପାଇଁ ଏହି ପରୀକ୍ଷା ଉପଯୁକ୍ତ ହେବ। ଏହି ପରୀକ୍ଷା ଦ୍ୱାରା ପଜିଟିଭ ଜାଣିବା ପାଇଁ ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ ଏକ ଗାଇଡ୍‌ ଲାଇନ ଜାରି କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel