Categories: ବାଣିଜ୍ୟ

ଜିଡ଼ିପିି ପୂର୍ବାନୁମାନ କମାଇଲେ ମୁଡିସ୍‌,ଡିବିଏସ୍‌

ନୂଆଦିଲ୍ଲୀ,୧୪-୧୨: ମୁଡିସ ଇନଭେଷ୍ଟର୍ସ ସର୍ଭିସ ଶୁକ୍ରବାର ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଜିଡ଼ିପି ଅଭିବୃଦ୍ଧି ପୂର୍ବାନୁମାନକୁ ୫.୬%କୁ ଖସାଇଛି। ନିବେଶ ଏବଂ ନିଯୁକ୍ତି ହାର ମନ୍ଥରକୁ ନେଇ ମୁଡିସ ଆକଳନକୁ ଖସାଇଥିବା ଜଣାପଡିଛି। ୨୦୨୦ ଏବଂ ୨୦୨୧ ଆର୍ଥତ୍କ ବର୍ଷରେ ଭାରତର ବିକାଶ ହାର ଯଥାକ୍ରମେ ୬.୬% ଏବଂ ୬.୭% ରହିବ ବୋଲି ଏହା କହିଛି। ପୂର୍ବର ଅଭିବୃଦ୍ଧି ତୁଳନାରେ ଆକଳନ ହୋଇଥିବା ଅଭିବୃଦ୍ଧି ହାର କମ୍‌ ବୋଲି ଏହା ସ୍ପଷ୍ଟ କରିଛି। ୨୦୧୯ ଲାଗି ବିକାଶ ଅନୁମାନ ୫.୬%କୁ ହ୍ରାସ କରାଯାଇଛି। ଏହା ୨୦୧୮ର ୭.୪% ଅଭିବୃଦ୍ଧି ତୁଳନାରେ କମ୍‌ ବୋଲି ମୁଡିସ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହାବାଦ ସିଙ୍ଗାପୁର ଭିତ୍ତିକ ଡିବିଏସ୍‌ ବ୍ୟାଙ୍କ ଭାରତର ବିକାଶ ହାରକୁ ଅନୁମାନକୁ ୫%କୁ ଖସାଇଛି। ଚଳିତ ଆର୍ଥତ୍କ ବର୍ଷ ଭାରତର ଅଭିବୃଦ୍ଧି ୫.୫% ରହିବ ବୋଲି ଏହା ପୂର୍ବରୁ କହିଥିଲା ମାତ୍ର ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରିଥିବା ଜଣାପଡିଛି।

Share