Categories: ବାଣିଜ୍ୟ

ଜିଡ଼ିପି ଅଭିବୃଦ୍ଧି ୪.୬%କୁ ହ୍ରାସ କଲା ଫିଚ୍‌

ନୂଆଦିଲ୍ଲୀ,୨୧-୧୨: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ଜିଡ଼ିପି ଅଭିବୃଦ୍ଧି ପୂର୍ବାନୁମାନକୁ ଫିଚ୍‌ ରେଟିଙ୍ଗସ ୪.୬%କୁ ହ୍ରାସ କରିଛି। ବାଣିଜି୍ୟକ ସ୍ଥିତିରେ ଅବନ୍ନତି ଏବଂ ଖାଉଟିଙ୍କ ଆତ୍ମବିଶ୍ୱାସ ଖସିବା ଯୋଗୁ ଫିଚ୍‌ ପୂର୍ବାନୁମାନକୁ ଖସାଇଥିବା ଜଣାପଡିଛି। ଏହା ଭାରତର ଡିଫଲ୍ଟ ରେଟିଂକୁ ସ୍ଥିର ବା ବିବିବି ରଖିଛି। ୨୦୨୧ ଆର୍ଥତ୍କ ବର୍ଷରେ ଭାରତର ବିକାଶ ହାର ୫.୬% ଏବଂ ଏହାର ପରବର୍ତ୍ତୀ ଆର୍ଥତ୍କ ବର୍ଷରେ ବିକାଶ ହାର ୬.୫%କୁ ଖସିବ ବୋଲି ଏହା ପୂର୍ବାନୁମାନରେ କହିଛି। ଭାରତ ସରକାର ଗ୍ରହଣ କରୁଥିବା ମୁଦ୍ରା ଏବଂ ବିତ୍ତୀୟ ନୀତି ସହ ଢାଞ୍ଚାଗତ ପଦକ୍ଷେପ ବିକାଶକୁ ତ୍ୱରାନ୍ବିତ କରିବ ବୋଲି ଏହା ଆଶାବାଦୀ ରହିଛି। ଘରୋଇ ବଜାରରେ ବିଭିନ୍ନ ଚ୍ୟାଲେଞ୍ଜ ଯୋଗୁ ଅନୁମାନକୁ ହ୍ରାସ କରାଯାଇଛି ବୋଲି ଏହି ଏଜେନ୍ସି କହିଛି। ଏହି ସମୟ ମଧ୍ୟରେ ଏନ୍‌ବିଏଫ୍‌ସି କ୍ଷେତ୍ରରେ ଋଣ ପ୍ରଦାନରେ ସମସ୍ୟା, ବାଣିଜ୍ୟ ଏବଂ ଖାଉଟି ଆତ୍ମବିଶ୍ୱାସ ଖସିବା ଯୋଗୁ ବଜାର ପ୍ରଭାବିତ ରହିଛି। ଏହା ସତ୍ତ୍ୱେ ଭାରତର ରେଟିଂକୁ ଦୃଢ ମଧ୍ୟମକାଳୀନ ଅଭିବୃଦ୍ଧିକୁ ଧ୍ୟାନରେ ରଖି ଟ୍ରିପଲ ବି ରଖାଯାଇଛି ବୋଲି ଫିଚ୍‌ ପକ୍ଷରୁ କୁହାଯାଇଛି।

Share