Categories: ବାଣିଜ୍ୟ

ଜିଡିପି ପୂର୍ବାନୁମାନ ୪.୯%କୁ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୭-୧୨:ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ପୂର୍ବାନୁମାନକୁ ୪.୯%କୁ ଖସାଇଛି। ଚାହିଦାରେ ହ୍ରାସ ଯୋଗୁ ଅଭିବୃଦ୍ଧି ଖସିବାର ପ୍ରମୁଖ କାରଣ ବୋଲି ଏହା ପ୍ରକାଶ କରିଛି। ସେହିଭଳି ଭାରତରେ ଋଣ ଯୋଗାଣ କ୍ଷେତ୍ରରେ ସମସ୍ୟା ରହିଥିବା ଏହା କହିଛି। ଚଳିତ ଆର୍ଥତ୍କ ବର୍ଷ ଭାରତର ଜିଡିପି ଅଭିବୃଦ୍ଧି ୫.୮% ରହିବ ବୋଲି ମୁଡିସ ପୂର୍ବରୁ କହିଥିବାବେଳେ ଏହାକୁ ୪.୯%କୁ ଖସାଇଛି। ଏହାବାଦ ଭାରତରେ ନିବେଶ ହ୍ରାସ, ଗ୍ରାମାଞ୍ଚଳ ପରିବାରଗୁଡିକରେ ଆର୍ଥତ୍କ ସମସ୍ୟା, କୃଷି କ୍ଷେତ୍ର ମଜୁରିରେ ସ୍ଥିରତା, ଜଟିଳ ଶ୍ରମ ଆଇନ ଏବଂ ନିଯୁକ୍ତି ହ୍ରାସ ଭାରତୀୟ ବଜାରକୁ ପ୍ରଭାବିତ କରୁଥିବା ମୁଡିସର ସହକାରୀ ଉପସଭାପତି ଦେବରାହ ତାନ କହିଛନ୍ତି।

Share