Categories: ବାଣିଜ୍ୟ

ଜିଡିପି ୭%ରୁ ଅଧିକ ରହିବ: କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ

ନୂଆଦିଲ୍ଲୀ,୨୮-୪: ସାଧାରଣ ନିର୍ବାଚନ ଚାଲୁଥିବାରୁ ଦେଶରେ ଆର୍ଥତ୍କ ଗତିବିଧି ଏବେ ଧିମା ପଡ଼ିଯାଇଛି। ଉଦ୍ୟୋଗ ଜଗତ ନୂଆ ସରକାରକୁ ଅପେକ୍ଷା କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ ଦେଶର ଜିଡିପି ହାର ୭%ରୁ ଅଧିକ ରହିବ ବୋଲି କହିଛନ୍ତି ମୁଖ୍ୟ ଆର୍ଥିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ। ପୂର୍ବରୁ ଆର୍ଥିକ ଜଗତରେ ଘଟିଯାଇଥିବା ଘଟଣା ଯୋଗୁ ଦୁଇଟି ତ୍ରୈମାସରେ ଅଭିବୃଦ୍ଧି ଧିମା ପଡିଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସରକାର ପୂର୍ବଭଳି ବିତ୍ତୀୟ ନିଅଣ୍ଟକୁ ୩.୪% ଭିତରେ ରଖିବେ ବୋଲି ସେ ଆଶାପ୍ରକାଶ କରିଛନ୍ତି।

Share