Categories: ଖେଳ

ଜିତେନ୍ଦରଙ୍କୁ ରୌପ୍ୟ

ନୂଆଦିଲ୍ଲୀ, ୨୪ା୨ (ପି.ଟି.)- ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତର ଜିତେନ୍ଦର କୁମାର ରୌପ୍ୟ ପଦକ ଲାଭ କରିଛନ୍ତି। ୭୪କେଜି ଶ୍ରେଣୀ ଫାଇନାଲରେ ସେ ଗତଥରର ଚାମ୍ପିୟନ ତଥା କାଜାଖସ୍ତାନର ଡାନିୟାର କାଇସାନୋଭଙ୍କ ନିକଟରୁ ହାରିଯାଇଛନ୍ତି। ଏଠାରେ ଫାଇନାଲରେ ପ୍ରବେଶ ଦ୍ୱାରା ଏହି ଭାରତୀୟ ରେସ୍‌ଲର ଅଲିମ୍ପିକ କ୍ୱାଲିଫାୟର ପାଇଁ ଟିମ୍‌ରେ ତାଙ୍କ ସ୍ଥାନ ପକ୍କା କରିଛନ୍ତି। ସ୍ଥାନୀୟ କେଡି ଯାଦବ ଇନ୍‌ଡୋର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଟାଇଟଲ ମୁକାବିଲାରେ ସେ କାଇସାନୋଭଙ୍କଠାରୁ ୧-୩ରେ ହାରିଯାଇଥିଲେ। ଜିତେନ୍ଦର ତାଙ୍କ କ୍ୱାଲିଫିକେଶନ ରାଉଣ୍ଡ ସହଜରେ ଜିତି ନେଇଥିଲେ। ପରେ ଇରାନର ମୋସ୍ତାଫା ମହାବଳୀ ହୋସେନଖାନି (୨-୨) ଏବଂ ମଙ୍ଗୋଲିଆର ସୁମିୟାବାଜାର ଜାଣ୍ଡାନବଡ୍‌ (୨-୧)ଙ୍କ ବିପକ୍ଷ ତାଙ୍କ ଲଢେଇରେ ସେ ବିଜୟ ହାସଲ କରିଥିଲେ। ଏହି ପ୍ରଦର୍ଶନ କିରଗିଜସ୍ତାନର ବିଶକେକ୍‌ଠାରେ ଅଲିମ୍ପିକ କ୍ୱାଲିଫାୟର୍ସ ପାଇଁ ଯଥେଷ୍ଟ । ତାଙ୍କର ରିଟ୍ରାଏଲ୍‌ର ଆବଶ୍ୟକତା ନ ଥିବା ସେ ଜାତୀୟ ମହାସଂଘର ହୃଦ୍‌ବୋଧ କରିପାରିଛନ୍ତି।

Share