ଜିତେନ୍ଦ୍ରଙ୍କ ନଁ।ରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସମ୍ପର୍କୀୟା: ମାମଲା ଖାରଜ କଲେ କୋର୍ଟ

ମୁମ୍ବାଇ,୨୨।୫ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ନଁ।ରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ଜିତେନ୍ଦ୍ରଙ୍କ ଜଣେ ସମ୍ପର୍କୀୟା ‘#ମିଠୁ’ ଅଭିଯାନ ମାଧ୍ୟମରେ ତାଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ଗତ ବର୍ଷ ୧୬ ଫେବୃଆରୀରେ ଜିତେନ୍ଦ୍ରଙ୍କ ବିରୁଦ୍ଧରେ ଏକ ଅସଦାଚରଣ ମାମଲା ରୁଜୁ କରିଥିଲା। ବିଚାରପତି ଅଜୟ ମୋହନ ଗୋୟଲ ଜିତେନ୍ଦ୍ରଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଆବେଦନ ପତ୍ରର ସମସ୍ତ ତଥ୍ୟ ତଥା ମାମଲା ସହ ଜଡ଼ିତ ରେକର୍ଡକୁ ଅବଲୋକନ କରିବା ପରେ ଏହି ରାୟ ଶୁଣାଇଛନ୍ତି। ଆବେଦନପତ୍ରରେ ଉଲ୍ଲେଖ ଥିବା ତଥ୍ୟ ଅନୁସାରେ, ଜିତେନ୍ଦ୍ରଙ୍କର ଜଣେ ଦୂର ସମ୍ପର୍କୀୟା ଭଉଣୀ ୪୭ ବର୍ଷ ପୂର୍ବେ ଘଟିଥିବା ଘଟଣାକୁ ନେଇ ତାଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଜିତେନ୍ଦ୍ର ଏନେଇ ହାଇକୋର୍ଟଙ୍କ ନିକଟରେ ଏକ ଆବେଦନପତ୍ର ଦାଖଲ କରି ଏହି ମାମଲାକୁ ରଦ୍ଦ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ, ମୋତେ ବ୍ଲାକମେଲ୍‌ କରିବା ଉଦ୍ଦେଶ୍ୟରେ ଏଭଳିି ମାମଲା ରୁଜୁ କରାଯାଇଛି। କଥିତ ଘଟଣାର ଏତେ ବର୍ଷ ପରେ ମାମଲା କାହିଁକି ରୁଜୁ କରାଗଲା ବୋଲି ସେ ପ୍ରଶ୍ନ କରିଥିଲେ। ଅପରପକ୍ଷରେ ଏହି ଘଟଣାକୁ ସର୍ବ ସମ୍ମୁଖକୁ ଆଣିବାକୁ ତାଙ୍କୁ ବର୍ଷ ବର୍ଷ ଲାଗିଯାଇଥିଲା। ଚଳିତ ଦିନରେ ଅସଦାଚରଣ ବିରୁଦ୍ଧରେ ଚାଲିଥିବା ‘#ମିଠୁ’ ଅଭିଯାନ ଯୋଗୁଁ ଏହି ଘଟଣା ଉପରୁ ପରଦା ଉଠାଇବାକୁ ତାଙ୍କୁ ସାହସ ମିଳିଥିଲା ବୋଲି ଜିତ୍ରେନ୍ଦ୍ରଙ୍କ ସମ୍ପର୍କୀୟା କହିଛନ୍ତି।

Share