Categories: ଜାତୀୟ

ଜିନପିଙ୍ଗଙ୍କ ସୁରକ୍ଷା ପାଇଁ ୧୦ ଦିନ ଆଗରୁ ଉଠାଯାଉଥିଲା ଫଟୋ

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମୋଦିଙ୍କ ସହ ତାଙ୍କର ଏହି ଅନୌପଚାରିକ ସାକ୍ଷାତ୍‌କାରକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ରାଷ୍ଟ୍ରପତି ରହୁଥିବା ହୋଟେଲରୁ ବିମାନ ବନ୍ଦର ପର୍ଯ୍ୟନ୍ତ ପ୍ରତି ମୂହୂର୍ତ୍ତର ଥ୍ରିଡି ଭିଜୁଆଲ ମାଧ୍ୟମରେ ସୂଚନା ଦିଆଯାଉଥାଏ। ଏମିତିକି ସେ ଯାଉଥିବା ରାସ୍ତା ସମ୍ପର୍କରେ ମଧ୍ୟ ସୁରକ୍ଷାକର୍ମୀଙ୍କ ନିକଟରେ ସମସ୍ତ ସୂଚନା ରହିଥାଏ। ଏହାସହ ୪ଟି ଡ୍ରୋନ୍‌ ମଧ୍ୟ ପ୍ରାୟ ୫୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ନଜର ରଖିଥିବା ସୂଚନା ମିଳିଛି। ୧୦ ଦିନ ହେବ ଶହେ ମିଟର ଉଚ୍ଚତାରୁ ପାଖାପାଖି ୩ ହଜାର ଫଟୋ ଉଠାଯାଇ ସୁରକ୍ଷା ଯାଞ୍ଚ କରାଯାଇଥିଲା। ଚାଇନା ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪ ଡିଜିପ ର଼୍ୟାଙ୍କର ଅଧିକାରୀ, ୧୬ ଏସ୍‌ପି ର଼୍ୟାଙ୍କର ଅଧିକାରୀ ଓ ୧୦ ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।

Share