Categories: ଫୁରସତ

ଜିନିଷ କିଣିଲା ବେଳେ ସେଥିରେ ଥିବା ଛୋଟ ପ୍ୟାକେଟ୍‌ ଫୋପାଡି ଦେଉଛନ୍ତି କି? ଯାହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଜାରରୁ କିଣୁଥିବା ବିଭିନ୍ନ ଜିନିଷ ଜଥା ଜୋତା, ଡ୍ରେସ ତଥା ଅନ୍ୟାନ୍ୟ ସାମଗ୍ରୀରୁ ଏକ ଛୋଟ ପ୍ୟାକେଟ୍‌ ମିଳିଥାଏ, ଯେଉଁଥିରେ ହୋମିଓପାଥୀ ଔଷଧ ଆକାରର କିଛି ଛୋଟ ଛୋଟ ବଲ୍‌ବ ଥାଏ। ଏହାକୁ ସିଲ୍କା ଜେଲ୍‌ କୁହାଯାଇଥାଏ। ଅନେକେ ଏହାକୁ ଅଦରକାରୀ ଜିନିଷ ଭାଙ୍ଗି ଫୋପାଡି ଦେଇଥାନ୍ତି। ତେବେ ଏଥିରୁ ମିଳୁଥିବା ଫାଇଦା ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣନ୍ତୁ ସେ ସମ୍ପର୍କରେ..

-ଏଥିରୁ ମିଳୁଥିବା ପୋଷକତତ୍ତ୍ୱ ପବନ ଆଦ୍ରତାକୁ ଶୀଘ୍ର ସୁଖାଇ ଦେଇଥାଏ।

-ଘରେ ଥିବା ଦରକାରୀ କାଗଜପତ୍ରକୁ ବ୍ୟାକ୍ଟେରିଆଠାରୁ ରକ୍ଷା କରିବା ଲାଗି ସେଥିରେ କିଛି ସିଲ୍କା ଜେଲ୍‌ ରଖି ଦିଅନ୍ତୁ।

-ଏହା କପଡା ପାଇଁ ବେଶି ଉପକାରୀ ହୋଇଥାଏ। ଶୀତ ବସ୍ତ୍ର ରଖିବା ବେଳେ ସେଥିରେ ଏହାକୁ ରଖିବା ଫଳରେ ଭଲ ବାସ୍ନା ହୋଇଥାଏ।

– ଗହଣା ପାଇଁ ଏହା ମଧ୍ୟ ଉପକାରୀ ହୋଇଥାଏ । ବିଶେଷକରି ରୂପା ଗହଣା ପାଇଁ କାରଣ ରୁପା ଗହଳା କଳା ହେବାର ଭୟ ଥାଏ । ଗହଣାରେ ଏହାକୁ ରଖିବା ଫଳରେ ଗହଣା ଚିକ୍‌ ଚିକ୍‌ କରିଥାଏ।

– ବିଷାକ୍ତ ହୋଇଥିବାରୁ ଛୋଟପିଲାଙ୍କଠାରୁ ଏହାକୁ ଦୂରେଇ ରଖନ୍ତୁ।

Share