‘ଜିନ ଓ୍ବା’ରୁ କଢ଼ାଯିବ ତେଲ

ଚିଲିକା,୨୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିଲିକା ନିକଟ ରାଜହଂସରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ ଓ୍ବା’ରୁ ତେଲ କଢ଼ାଯିବ। ତେଲ କାଢ଼ିବା ପାଇଁ ସମ୍ପୃକ୍ତ ଜାହାଜ ମାଲିକଙ୍କ ସହ ଜିଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିବା ଜଣାପଡ଼ିଛି। ଗତ ୨ ଦିନ ତଳେ ଏହି ଆଲୋଚନା ହୋଇଥିବା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୋମବାର ସୂଚନା ଦେଇଛନ୍ତି।
ବାଂଲାଦେଶରୁ ମାଲ କାଢ଼ି ଫେରିବା ବେଳେ ବାଟବଣା ହୋଇ ଚିଲିକା ନିକଟ ରାଜହଂସରେ ଫସି ରହିଥିବା ଉକ୍ତ ଜାହାଜରୁ କିଭଳି ତେଲ କଢ଼ାଯିବ ସେ ନେଇ ଜାହାଜ ମାଲିକଙ୍କ ସହ ଜିଲା ପ୍ରଶାସନର ଆଲୋଚନା ହୋଇଥିବା ମନ୍ତ୍ରୀ ବେହେରା ସୂଚନା ଦେଇଥିଲେ।