ଜିପିଏଫ୍‌, ଫ୍ୟାମିଲି ପେନ୍‌ସନରୁ ବଁଚିତ୍‌ ପରିବାର: ସୁବର୍ଣ୍ଣକଁର ଉପରେ ୧୧ ଝନିଆଁ କୁଟ୍‌ମର ବୋଝ୍‌

ଲୋଇସିଂହା,୬ା୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଆଗଲପୁର ବ୍ଲକ ଝାଙ୍କରପାଲି ଗଁାର ସ୍ବର୍ଗତ ଗୋପାଳ ବେହେରା। ସେ ଥାନୀଅ ରୋତ ପିଏସ୍‌ କଲେଜରେ ଚାକିରି କରି ଅବସର ନେଇଥିଲେ। ଅବସର ନେବାର ବଛ୍‌ରେ ଉତାରୁ ତାକର ମୁର୍‌ତୁ ହେଇଥିଲା। ଆଏଜ୍‌କେ ତାକର ମୁର୍‌ତୁକେ ୩ ବଛର ବିତିଯାଇଛେ। ହେଲେ କଲେଜ କତୁରପକ୍ଷକଁର ଅବହେଲାରୁ ତାକର ଜିପିଏଫ୍‌ ଆର ଫ୍ୟାମିଲି ପେନ୍‌ସନ ଟଁକା ପରିବାର ନାଇଁ ପାଇବାରବାର। ଏନ୍‌ତାଥି ୧୧ ଝନିଆଁ କୁଟୁମଟା ବଡ଼ା ଗୁଲ୍‌ଗୁଲା ହେଇ ଚଲୁଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଆଗଲପୁର ବ୍ଲକ ଝାଙ୍କରପାଲି ଗଁାର ସ୍ବର୍ଗତ ଗୋପାଳ ବେହେରା ରୋତ ପଞ୍ଚାୟତ ସମିତି କଲେଜରେ ଲାଇବ୍ରେରୀଆନ ହିସାବେ କାଯ୍‌ କରୁଥିଲେ। ୨୮ ବଛର ଚାକିରି କଲା ଉତାରୁ ସେ ୩୦ ଜୁନ୍‌, ୨୦୧୫ରେ ଅବସର ନେଇଥିଲେ। ଅବସର ନେବାର ୮ ମାସ ଉତାରୁ ତଥା ପେନ୍‌ସନ ପାଏବାର ଆଗରୁ ୧୪ ଫେବୃୟାରୀ, ୨୦୧୬ରେ ହୁରୁଦ୍‌ଘାତରେ ତାକର ମୁର୍‌ତୁ ହେଇଥିଲା। ଇ ଭିତ୍‌ରେ ତାକର ମରବାରଟାକେ ୪ ବଛର ପୂରବାକେ ଯାଉଛେ। ହେଲେ କଲେଜ କତୁରପକ୍ଷକଁର ଖାମ୍‌ଖିଆଲି ମନଭାବ ଲାଗି ସ୍ବର୍ଗତ ଗୋପାଳକଁର ବିଧବା ମାଏକିନା ସୁବର୍ଣ୍ଣ ବେହେରା ଫ୍ୟାମିଲି ପେନ୍‌ସନ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ବୁରୁଧ୍‌ ସୁବର୍ଣ୍ଣକଁର ୩ ପୁଓ ଗୁଟେ ଝି’। କୁଟୁମରେ ବିଧବା ବହ ସମେତ୍‌ ୧୧ ଝନ୍‌ ରହିଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ପରିବାରର ଥିତି ଦିନୁ ଦିନ୍‌କେ ବିଗିଡ଼ି ଯାଉଛେ। ସୁବର୍ଣ୍ଣ ଆର ତାକର ବଡ଼ପୁଓ ଦେବେନ୍ଦ୍ରକଁର ଦିହିପା ଠିକ୍‌ ନାଇଁ ରହିବାର। ଏନ୍‌ତାଥି ସୁବର୍ଣ୍ଣ ମାସିକ ୧୫ଶହ ଟଁକାର ଉଷୋକଷା ଖାଉଛନ୍‌। ହେଲେ ଏହେଦେ ଅଭାବ ଅନାଟନ ଲାଗି ସେ ଉଷୋକଷା ଖାଏବାରଟା ବଁଦ୍‌ କରିଦେଇଥିବାର କହିଛନ୍‌। ସେନ୍‌ତା ବଡ଼ପୁଓ ଦେବେନ୍ଦ୍ର ମଧୁମେହ ରୋଗ୍‌ରେ ପୀଡ଼ିତ ଅଛନ୍‌। ତାକର ଗୁଡ଼େ ଗୁଟେ ଘା’ ହେଇଛେ। ହେଲେ ସେ ବି ଟଁକା ପଏସା ଅଭାବୁ ଚିକିଛା କରେଇ ନାଇଁ ପାରବାର। ବିଧବା ବୁରୁଧ୍‌ ସୁବର୍ଣ୍ଣ ନିଜର ଦିହିପା, ଉଷୋକଷା ଆର ପରିବାର ଚିନ୍‌ତାରେ ହରମେଶା ମାନ୍‌ସିକ ଚାପ୍‌ରେ ରହୁଛନ୍‌। ଜିପିଏଫ୍‌ ଆର ଫ୍ୟାମିଲି ପେନ୍‌ସନ ବାବ୍‌ଦେ କଲେଜ କତୁରପକ୍ଷକୁଁ କହେଲେ କାଗଜପତର ଭୁବନେଶ୍ୱର ପଠାଯାଇଥିବାର କହୁଛନ୍‌। ଇ ବାବ୍‌ଦେ କଲେଜ ଅଧ୍ୟକ୍ଷ ପ୍ରସନ୍ନ ବେହେରାକୁଁ ପଚ୍‌ରାଲାରୁ ଜିପିଏଫ୍‌, ଫ୍ୟାମିଲି ପେନ୍‌ସନ ଆମର ହାତର କଥା ନୁହେ। କାଗଜପତର ଠିକ୍‌ଠାକ୍‌ କରି ଆମେ ଗଲା ସେପ୍ଟେମ୍ବର ୨୦୧୯ରେ ଡାଇରେକ୍ଟରକଁର ପାସ୍‌କେ ପଠେଇ ଦେଇଛୁଁ। ଅବହେଲା, ଅଭିଯୋଗଟା ମିଛ୍‌ ଆଏ। ସ୍ବର୍ଗତ ଗୋପାଳ ଆମର ଝନେ ଭଲ ସହକରମୀ ଥିଲେ ବଲି ସେ କହିଛନ୍‌। ହେଲେ କାଗଜପତରଥି କଲେଜ କତୁରକ୍ଷକଁର ଭୁଲ୍‌ଭାଲ ଲାଗି ସବୁ କାମ୍‌ ଲେଠ୍‌ରଉଛେ ବଲି ଗୋପାଳକଁର ବଡ଼ପୁଓ ଦେବେନ୍ଦ୍ର ଅଭିଯୋଗ କରିଛନ୍‌। ଜିଲାପାଳ ସମସିଆର ସମାଧାନ ଦିଗେ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ସେ ଅନୁରୋଧ କରିଛନ୍‌।

Share