ନୂଆଦିଲ୍ଲୀ:ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭାଙ୍କ ଭିଡିଓ ହେଉ କିମ୍ବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଜିଭାଙ୍କ କ୍ୟୁଟ୍ ଅନ୍ଦାଜ୍ ୟୁଜର୍ସଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ। ଧୋନୀ ନିଜ ଇନଷ୍ଟାଗ୍ରାମରେ ମଙ୍ଗଳବାର ଜିଭାଙ୍କ ଏକ ଫଟୋ ସହ ବଲିଉଡ୍ ଅଭିନେତା ରଣବୀର ସିଂଙ୍କ ଏକ ଫଟୋ ଯୋଡି ଛାଡିଥିଲେ। ଉକ୍ତ ଫଟୋରେ ଜିଭାଙ୍କ ଭଳି ଚଷମା ରଣବୀର ସିଂ ଲଗାଇଥିବାର ଦେଖାଯାଇଛି। ଏବେ କ୍ରିକେଟ ଛାଡି ନିଜ ପରିବାର ସହ ସମୟ ବିତାଉଥିବା ଧୋନୀ କହିଛନ୍ତି, ଆଜିକାଲି ଛୋଟ ପିଲାମାନେ ନିଜ ଜିନିଷ ଖୁବ୍ଶୀଘ୍ର ଚିହ୍ନିପାରୁଛନ୍ତି। ଯେମିତି ଜିଭା, ରଣବୀରଙ୍କୁ ଏଭଳି ଚଷମା ପିନ୍ଧି ଥିବାର ଦେଖି ଘରେ ନିଜ ଚଷମାକୁ ଖୋଜିପକାଇଥିଲେ। ମିଳିବା ପରେ ମୋ ପାଖରେ ବି ଏମିତି ଚଷମା ଅଛି ବୋଲି କହିବାରୁ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଆଶା କରୁଛି, ଯଦି କେବେ ରଣବୀରଙ୍କୁ ଜିଭା ଭେଟନ୍ତି ତେବେ ଏହି ଚଷମା କଥା ନିଶ୍ଚୟ ଉଠାଇବେ ବୋଲି ଧୋନୀ କହିଛନ୍ତି।