ଜିମ୍‌ରେ ବିରାଟଙ୍କ ଓ୍ବାର୍କ ଆଉଟ୍‌

ନୂଆଦିଲ୍ଲୀ,୨୫।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ଗୁରୁବାର ଓ୍ବେଷ୍ଟଇଣ୍ଡିଜକୁ ଭେଟିବାକୁ ଯାଉଛି। ମାଞ୍ଚେଷ୍ଟରଠାରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଜିମ୍‌ରେ ଝାଳ ବୁହା ପରିଶ୍ରମ କରିଛନ୍ତି। ତାଙ୍କର ଓ୍ବାର୍କ ଆଉଟ୍‌ ବେଳର ଏକ ଭିଡିଓ କୋହଲି ନିଜ ଟୁଇଟରେ ଶେୟାର କରିଛନ୍ତି। ୧୩ ସେକେଣ୍ଡ ବିଶିଷ୍ଟ ଭିଡିଓରେ ସେ ଭାରୋତ୍ତୋଳନ କରୁଥିବାର ଦେଖିବାକୁ ମିଳିଛି। ଭିଡିଓକୁ ୧ ଲକ୍ଷ ୯ ହଜାର ପ୍ରଶଂସକ ଲାଇକ୍‌ କରିଛନ୍ତି। ଗତ କିଛିବର୍ଷ ହେଲା କୋହଲି ନିଜ ଫିଟ୍‌ନେସକୁ ଅଧିକ ଧ୍ୟାନ ଦେଉଛନ୍ତି। ସେ ବିଶ୍ୱର ସବୁଠୁ ଫିଟ୍‌ କ୍ରିକେଟର। ଭାରତୀୟ ଦଳ ଏପର୍ଯ୍ୟନ୍ତ ୫ ମ୍ୟାଚ୍‌ରୁ ମୋଟ ୯ ପଏଣ୍ଟ ହାସଲ କରିଛି। ୪ ବିଜୟ ସହ ଦଳ ପଏଣ୍ଟ ତାଲିକାରେ ଭାରତ ୩ୟ ସ୍ଥାନରେ ରହିଛି।

Share