Categories: ଜାତୀୟ

ଜିମ୍‌ ବନ୍ଦ ହେବାରୁ ରାସ୍ତା ଉପରେ ବ୍ୟାୟାମ କଲେ ଲୋକେ

ମୁମ୍ବାଇ,୧୯।୩: ସବୁଆଡେ କରୋନା ଭାଇରସ ଭୟ। ଦିନକୁ ଦିନ ଏହା ବଢି ଚାଲି ଥିବାରୁ ଏହାକୁ ରୋକିବାକୁ ଯାଇ ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିଛନ୍ତି। ଦେଶର ଅଧିକାଂଶ ରାଜ୍ୟରେ ଶିକ୍ଷାନୁଷ୍ଠାନ, ଜିମ୍‌, ସିନେମା ହଲ୍‌, ମଲ୍‌ ଆଦି ବନ୍ଦ କରିଦିଆଯିବା ଫଳରେ ଲୋକେ ଏକ ପ୍ରକାର ଭୟଭୀତ ହୋଇଯାଇଛନ୍ତି। ଅନ୍ୟପଟେ ଜିମ୍‌ ଯାଉଥିବା ମହାରାଷ୍ଟ୍ରର ଲୋକେ ରାସ୍ତା ଉପରେ ବ୍ୟାୟାମ କରୁଥିବା ଦେଖାଯାଇଛି। ଏମାନଙ୍କୁ ଏ ନେଇ ପ୍ରଶ୍ନ କରାଯିବାରୁ ସେମାନେ କୁହନ୍ତି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ସେମାନେ ବ୍ୟାୟାମ କରୁଛନ୍ତି।

Share