ଜିମ୍‌ ଲୁକ୍‌କୁ ନେଇ ଚିନ୍ତାରେ ଜାହ୍ନବୀ!

ମୁମ୍ବାଇ: ବଳିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ତାଙ୍କ ଅଭିନୟ ପାଇଁ ଯେତିକି ପପୁଲାର ତା’ଠାରୁ ଅଧିକ ପପୁଲାର ତାଙ୍କ ଜିମ୍‌ ଲୁକ୍‌କୁ ନେଇ। ଏପର୍ଯ୍ୟନ୍ତ ଜାହ୍ନବୀଙ୍କ ଅଭିନୀତ ମାତ୍ର ଗୋଟିଏ ଫିଲ୍ମ ରିଲିଜ୍‌ ହୋଇଥିବା ବେଳେ ଅନ୍ୟ ସବୁ ରିଲିଜ୍‌ ଅପେକ୍ଷାରେ ରହିଛନ୍ତି। ତେବେ ନିକଟରେ ଏକ ସାକ୍ଷାତ୍‌କାରରେ ଜାହ୍ନବୀ କହିଛନ୍ତି ପ୍ରଥମେ ଯେତେବେଳେ ମୋର ପ୍ରଥମ ଫିଲ୍ମ ‘ଧଡକ’ ରିଲିଜ୍‌ ହେଲା ସେତେବେଳେ ଦର୍ଶକେ ମୋର ଫିଲ୍ମ ଲୁକ୍‌କୁ ପସନ୍ଦ କରୁଥିଲେ। ଏବେ ବେଶି ମୋ ଜିମ୍‌ ଲୁକ୍‌କୁ ପସନ୍ଦ କରୁଛନ୍ତି। ଅବଶ୍ୟ ଏଥିରେ ସେ କାହାର ଦୋଷ ଦେଇ ନାହାନ୍ତି। କିନ୍ତୁ ସେ ତାଙ୍କ ଫିଲ୍ମ ଲୁକ୍‌କୁ ବେଶୀ ପସନ୍ଦ କରୁ ଥିବାରୁ ଦର୍ଶକେ ମଧ୍ୟ ତାକୁ ପସନ୍ଦ କରନ୍ତୁ ବୋଲି ସେ ପରୋକ୍ଷରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମାତ୍ର ଗୋଟିଏ ଫିଲ୍ମ ରିଲିଜ୍‌ ହୋଇଥିବାରୁ ଦର୍ଶକେ ବୋଧହୁଏ ପରବର୍ତ୍ତି ସିନେମାକୁ ଅପେକ୍ଷା ରଖିଛନ୍ତି। ତେବେ ତାଙ୍କର ଅନ୍ୟସବୁ ଫିଲ୍ମ ରିଲିଜ୍‌ ହେବା ପରେ ଦର୍ଶକେ ତାଙ୍କ ଫିଲ୍ମ ଲୁକ୍‌କୁ ଅଧିକ ପସନ୍ଦ କରିବେ ବୋଲି ସେ ଆଶା ରଖିଛନ୍ତି ବୋଲି କହିଛନ୍ତି।

Share