ଜିରୋ ବାଲାନ୍ସ ଆକାଉଣ୍ଟରେ ନେଣଦେଣ: ୧୨୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ନେବ ଆଇସିଆଇସିଆଇ ବ୍ୟାଙ୍କ

ନୂଆଦିଲ୍ଲୀ,୧୬।୯: ଘରୋଇ ସେକ୍ଟରର ଆଇସିଆଇସିଆଇ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଜୋର୍‌ଦାର ଝଟକା ଦେଇଛି। ବ୍ୟାଙ୍କ ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ ଅକ୍ଟୋବର ୧୬ରୁ ଶାଖାରେ ପ୍ରତ୍ୟେକ ନଗଦ ଉଠାଣ ପାଇଁ ୧୦୦ରୁ ୧୨୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଆଦାୟ କରିବ। ସେହିପରି ଗ୍ରାହକ ବ୍ୟାଙ୍କ ଶାଖାରେ ମେଶିନ ସହାୟତାରେ ଟଙ୍କା ଜମା କଲେ ଏଥିଲାଗି ମଧ୍ୟ ତାଙ୍କ ଠାରୁ ଶୁଳ୍କ ଆଦାୟ କରାଯିବ। ବ୍ୟାଙ୍କ ପକ୍ଷରୁ ଏକ ନୋଟିସ ଜାରି କରି କୁହାଯାଇଛି ଯେ, ଗ୍ରାହକମାନଙ୍କ ନେଣଦେଣକୁ ଡିଜିଟାଲ ମୋଡ୍‌ରେ ପରିବର୍ତ୍ତନ କରିବା ଲାଗି ବ୍ୟାଙ୍କ ପ୍ରୋତ୍ସାହିତ କରୁଛି। ସୂଚନାଥାଉ କି, ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌ ଏବଂ ୟୁପିଆଇ ଜରିଆରେ ହେଉଥିବା ପାଣ୍ଠି ସ୍ଥାନାନ୍ତର ଲାଗି ଲାଗୁଥିବା ଚାର୍ଜକୁ ଆଇସିଆଇସିଆଇ ବ୍ୟାଙ୍କ ପ୍ରତ୍ୟାହାର କରିନେଇଛି। ବର୍ତ୍ତମାନ ୧୦ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏନ୍‌ଇଏଫ୍‌ଟି ଟ୍ରାଞ୍ଜାକଶନ ଉପରେ ବ୍ୟାଙ୍କ ୨.୨୫ ଟଙ୍କାରୁ ଆରମ୍ଭ କରି ୨୪.୭୫ ଟଙ୍କା(ଜିଏସ୍‌ଟି ଅତିରିକ୍ତ) ଚାର୍ଜ ଆଦାୟ କରୁଛି। ସେହିପରି ଶାଖାରୁ ୨ ଲକ୍ଷରୁ ୧୦ ଟଙ୍କା ପର୍ଯ୍ୟନ୍ତ ଆର୍‌ଟିଜିଏସ୍‌ ନେଣଦେଣ ପାଇଁ ୨୦ରୁ ୪୫ ଟଙ୍କା ପର୍ଯ୍ୟନ୍ତ (ଜିଏସ୍‌ଟି ଅତିରିକ୍ତ) ଚାର୍ଜ ଆଦାୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଓର ଜବରଦସ୍ତ ପ୍ଲାନ୍‌; ମାତ୍ର ଏତିକି ଟଙ୍କାରେ ମିଳିବ ମାଗଣା ଡାଟା, କଲିଂ, ଲାଇଭ୍‌ ଟିଭି ସହ ୧୧ ଓଟିଟି ସୁବିଧା

ନୂଆଦିଲ୍ଲୀ,୧୦।୪: ମୁକେଶ ଅମ୍ବାନୀଙ୍କ ପାଖରେ କେବଳ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ନୁହେଁ ବରଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଅନେକ ରିଚାର୍ଜ ପ୍ଲାନ ଅଛି। ଆଜି...

ପୋଷ୍ଟ ଅଫିସର ଜବରଦସ୍ତ ଯୋଜନା, ଅବସର ପରେ ପ୍ରତି ମାସରେ ମିଳିବ ୨୦ ହଜାର ଟଙ୍କା  

ନୂଆଦିଲ୍ଲୀ,୧୦।୪: ଯଦି ଆପଣ ଏପରି ଏକ ଯୋଜନା ଖୋଜୁଛନ୍ତି ଯାହା ଅବସର ପରେ ପ୍ରତି ମାସରେ ଆପଣଙ୍କୁ ଏକ ସ୍ଥିର ଆୟ ଦେବ, ତେବେ ଏହି...

ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍‌ ଚକୋଲେଟ୍‌, ପାଣି ବୋତଲ

ଭୁବନେଶ୍ୱର,୧୦ା୪(ଅନୁରାଧା ମହାରଣା): ଓଡ଼ିଶା ଷ୍ଟେଟ୍‌ କୋଅପରେଟିଭ୍‌ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ (ଓମ୍‌ଫେଡ୍‌) ପ୍ରସ୍ତୁତ ଚକୋଲେଟ ଖୁବ୍‌ଶୀଘ୍ର ବଜାର ପ୍ରବେଶ କରିବ। ଏନେଇ ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ...

ଏଣିକି ଇପିଏଫଓ UAN କାର୍ଯ୍ୟକାରୀ କରିବା ହେଲା ସହଜ, ଆସିଲା ନୂଆ ଫିଚର

ନୂଆଦିଲ୍ଲୀ,୯।୪: ଆଧାର-ଆଧାରିତ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି (ଏଫଏଟି) ଏହାର ଅତିରିକ୍ତ ସୁରକ୍ଷା ପାଇଁ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ବର୍ତ୍ତମାନ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି...

ଆସିଲା ବଡ଼ ଅପଡେଟ୍‌: ଏଥର ଅକ୍ଷୟ ତୃତୀୟାରେ ବଢିବ ନା କମିବ ସୁନା!

ନୂଆଦିଲ୍ଲୀ,୯।୪: ଆଉ କିଛିଦିନ ପରେ ଅକ୍ଷୟ ତୃତୀୟା। ଏହି ଅବସରରେ ସୁନା କିଣିବାର ପରମ୍ପରା ରହିଛି। ଏବେ ସୁନାଦର ଖସୁଥିବାବେଳେ ସୁନାପ୍ରେମୀମାନେ ଅପେକ୍ଷା କରିଛନ୍ତି। ଯଦି...

ସୁନା ବନ୍ଧା ପକାଇଛନ୍ତି କି? ଗୋଲ୍ଡ ଲୋନ୍‌ ନିୟମରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୯।୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୋଲ୍ଡ ଲୋନ୍‌ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ଏହି ଘୋଷଣା ପରେ ଗୋଲ୍ଡ...

ଆସିଲା ନୂଆ Aadhaar App: ଏଣିକି ନା କାର୍ଡ ନା ଫଟୋକପିର ଆବଶ୍ୟକତା ନାହିଁ, କେବଳ QR କୋର୍ଡ ସ୍କାନ କରି…

ନୂଆଦିଲ୍ଲୀ,୮।୪: ଡିଜିଟାଲ ଇଣ୍ଡିଆ ଆଡ଼କୁ ଆଉ ଏକ ବଡ଼ ପଦକ୍ଷେପ ନେଇ ଭାରତ ସରକାର ନୂତନ ଆଧାର ମୋବାଇଲ ଆପ ଲଞ୍ଚ କରିଛନ୍ତି। ଏହି ଆପ...

Swiggyରୁ ଅର୍ଡର କଲେ ମିଳିବ ୫୦୦ ଟଙ୍କା ରିହାତି! ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୮।୪: Swiggy Instamart ରେ ଶପିଂ କରିବା ସମୟରେ ଆପଣ ୫୦୦ ଟଙ୍କାର ରିହାତି ପାଇପାରିବେ। ଶପିଂ କରିବା ସମୟରେ ଆପ୍‌ରେ Maxxsaver ବୈଶିଷ୍ଟ୍ୟ ସ୍ବୟଂଚାଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image