‘ଜିଲାକୁ ମରୁଡ଼ି ଘୋଷଣା କରାଯାଉ’:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଭିଲ ସୋସାଇଟିର ଦାବିପତ୍ର

ବାଲେଶ୍ୱର ଅଫିସ, ୭।୮-ବାଲେଶ୍ୱର ଜିଲାରେ ଉତ୍କଟ ମରୁଡ଼ି ଯୋଗୁ ଜିଲାରେ କୃଷି ନଷ୍ଟ ହେବାକୁ ବସିଲାଣି। ତେଣୁ ଜିଲାକୁ ମରୁଡ଼ିଗସ୍ତ ଜିଲା ଭାବେ ଘୋଷଣା କରି ଯୁଦ୍ଧକାଳୀନ ଭିତ୍ତିରେ ପାଣିପଞ୍ଚାୟତଗୁଡ଼ିକ କାର୍ଯ୍ୟକାରୀ କରିବା, କୃଷକମାନଙ୍କୁ କୃଷି ଋଣ ଛାଡ଼ କରିବା ଆଦି ଦାବିରେ ଏକ ଦାବିପତ୍ର ସିଭିଲ୍‌ ସୋସାଇଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଜିଲାରେ ଗୁଣ୍ଡାରାଜ, ରାହାଜାନି, ଛିନ୍‌ତାଇ, ଗ୍ୟାଙ୍ଗ୍‌ୱାର, ନିଶା କାରବାର ଆଦି ବୃଦ୍ଧି ପାଇଛି। ଜିଲାପାଳ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଗତମାସରେ ବାଲିଆପାଳ ଥାନା ଅଞ୍ଚଳରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟଣା ନେଇ ସମଗ୍ର ଜିଲା ପୋଲିସ୍‌ ପ୍ରଶାସନର ଦୁର୍ବଳତା ପ୍ରକାଶ ପାଇଛି। ତେଣୁ ଉଭୟ ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଜିଲାପାଳ ଗୁରୁତ୍ୱାରୋପ କରିବାକୁ ସୋସାଇଟି ତରଫରୁ ନିବେଦନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ସୋସାଇଟିର ଉପସଭାପତି ବସନ୍ତ ସ, ସାଧାରଣ ସମ୍ପାଦକ ମନୋଜ ନାୟକଙ୍କ ସମେତ ଶଚିନ୍ଦ୍ର ଦାସ, ପରମାନନ୍ଦ ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ, ଶକୁନ୍ତଳା ଦାସ, ପଞ୍ଚାନନ ପରିଡ଼ା, ନିର୍ମଳ କୁମାର ନାୟକ, ବାସନ୍ତୀ ସାମଲ, ନିରଞ୍ଜନ ପ୍ରଧାନ, ରାଧାନାଥ ନାୟକ, ମହମ୍ମଦ ଇସଲାମ, ସନ୍ତୋଷ କୁମାର ସାହୁ, ସ୍ନେହଲତା ଦାସ, ବୀରେଶ କୁମାର ଜେନା, ମନୋରଞ୍ଜନ ନାୟକ, ନୀଳକଣ୍ଠ ରାଉତ, ଛାୟାରାଣୀ ବିଶ୍ୱାଳ, ହରପ୍ରିୟା ରାଉତ, ସନାତନ ମହାଳିକ, ବସନ୍ତ ଘଡ଼ାଇ, ସାଇ ଆଶିଷ ପ୍ରଧାନ, ମଞ୍ଜୁଲତା ଟୁଡୁ ଓ ମଞ୍ଜୁଲତା ସିଂ ପ୍ରମୁଖ ଉପସ୍ଥିତ ଥିଲେ।