ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ପାଚିକା, ସହାୟିକା ସଂଘ

ଛତ୍ରପୁର,୧୫।୨(ଡି.ଏନ୍‌.ଏ.): ୧୨ ଦଫା ଦାବି ନେଇ ନିଖିଳ ଓଡ଼ିଶା ଏମ୍‌.ଡି.ଏମ୍‌ ପାଚିକା, ସହାୟିକା ସଂଘର ଗଞ୍ଜାମ ଜିଲା କମିଟି ପକ୍ଷରୁ ଶନିବାର ଛତ୍ରପୁରସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରାରମ୍ଭରେ ସ୍ଥାନୀୟ ଅପର ବସଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରା ବାହାରି ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ସର୍ବନିମ୍ନ ମଜୁରି ପ୍ରଦାନ, ଆଗରୁ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିବା ପାଚିକାଙ୍କୁ ଚିହ୍ନଟ କରି ଅନ୍ୟ ସ୍କୁଲମାନଙ୍କରେ ରୋଷେଇ କରିବା ପାଇଁ ଅନୁମତି, ମାସକୁ ମାସ ନିର୍ଦ୍ଦିଷ୍ଟ ତାରିଖରେ ଭତ୍ତା ପ୍ରଦାନ, ଦୁର୍ଘଟଣାଜନିତ କ୍ଷତିପୂରଣ ୫ ଲକ୍ଷ ଟଙ୍କା ପ୍ରଦାନ ଆଦି ଅନ୍ତର୍ଭୁକ୍ତ।

Share