ମାଲକାନଗିରି,୧।୧(ସ୍ବ.ପ୍ର): ମାଲକାନଗିରି ଜିଲାପାଳଙ୍କ ବିରୋଧରେ ଜିଲାପାଳ କାର୍ଯ୍ୟାଳୟ କାନ୍ଥରେ ଜିଲାପାଳ ଚୋର ହେ, ଦୁର୍ନୀତିଖୋର ଅଫିସର, ଜିଲାପାଳ କିଲିଡ୍ ପିଏ ଆଦି ସମ୍ମାନହାନିସୂଚକ ମନ୍ତବ୍ୟ କାନ୍ଥରେ ଲେଖାଯାଇଛି। ପୂର୍ବରୁ ପୂର୍ବତନ ସାଂସଦ କଂଗ୍ରେସର ପ୍ରଦୀପ ମାଝୀ ପ୍ରେସ୍ମିଟ କରି ଜିଲାପାଳଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହା ପରେ ଗତ ୨୮ ତାରିଖରେ ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡା ଡ୍ୟାମ୍ରୁ ମିଳିଥିଲା। ଏହାପରେ ଏଭଳି ଲେଖାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି।