ଜିଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲେ ଆନ୍ଦୋଳନକାରୀ

ଖୋର୍ଦ୍ଧା ଅଫିସ, ୧୩।୧: ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ ପକ୍ଷରୁ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଏଏ ପ୍ରତ୍ୟାହାର, ଦଳିତ ଏବଂ ଆଦିବାସୀମାନଙ୍କୁ ପାଞ୍ଚ ଡେସିମିଲି ଜାଗା ଯୋଗାଇଦେବା ଦାବିରେ ଏହି ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନର ୧୦ ମିନିଟ ପରେ ବିକ୍ଷୋଭକାରୀମାନେ ପୋଲିସକୁ ହଟାଇ ଫାଟକ ଖୋଲି ଜିଲାପାଳଙ୍କ ଅଫିସ ଭିତରେ ଧସେଇ ପଶିଥିଲେ। ଏବେ ମଧ୍ୟ ସେଠାରେ ଉତ୍ତେଜନା ଲାଗି ରହିଛି।

Share