ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜି.ଉଦୟଗିରିି,୩୧ା୧୨(ଡି.ଏନ.ଏ.): ଜି.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ସୋମବାର କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି. ଯୁଗ୍ମ ଅଭିଯୋଗ ଶୁଣାଣି କରିଥିଲେ। ଏଥିରେ ସମୁଦାୟ ୧୬୩ ଅଭିଯୋଗ ଶୁଣାଣି ହୋଇଥିଲା। ସେଥିମଧ୍ୟରୁ ୧୪୫ ବ୍ୟକ୍ତିଗତ ଥିବା ବେଳେ ୧୮ ଗୋଷ୍ଠୀଗତ ଅଭିଯୋଗ ଥିଲା। ପୋଡ଼ି ହୋଇଯାଇଥିବା ଜଣେ ମହିଳାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ଜିଲାପାଳଙ୍କ ସହ ଫୁଲବାଣୀ ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, ବାଲିଗୁଡ଼ା ଉପଜିଲାପାଳ ରାଜେନ୍ଦ୍ର ରଞ୍ଜିତ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା, ଜି.ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକ, ଅତିରିକ୍ତ ତହସିଲଦାର ରାକେଶ କୁମାର ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଶୁଣାଣିରେ ଉପସ୍ଥିତ ଥିଲେ।

Share