ଜିଲାପାଳଙ୍କ ରାତି ଅଧିଆ ଗଞ୍ଜାମ ଏନ୍‌ଏସି ଗ୍ରସ୍ତ

ଗଞ୍ଜାମ,୨୦।୨(ଡି.ଏନ୍‌.ଏ): ଗଞ୍ଜାମ ଏନ୍‌ଏସିକୁ ଜିଲାପାଳଙ୍କ ଅଚାନକ ଗ୍ରସ୍ତ। ବେଆଇନ୍‌ ପଲିଥିନ ଉପରେ ଚଢ଼ାଉ। ବୁଧବାର ରାତିରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗ ଅଚାନକ ଗଞ୍ଜାମ ଏନ୍‌ଏସି ଗ୍ରସ୍ତ କରି ବେଆଇନ୍‌ ପଲିଥିନ ଉପରେ ଚଢ଼ାଉ କରିଥିଲେ। ବଡ଼ ବଜାରସ୍ଥିତ ସୋଡ଼ା ପୟାଣ୍ଟଠାରୁ ବେଆଇନ୍‌ ପଲିଥିନ ଜବତ କରିବା ସହ ବ୍ୟବହାର ନ କରିବାକୁ ତାଗିଦ କରିଥିଲେ। ଜିଲାପାଳ ରାତିରେ ଆସିଥିବାରୁ ପ୍ରାୟ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ବନ୍ଦ ରହିଥିଲା। ଏହାପରେ ଜିଲାପାଳ ୱାର୍ଡ ନମ୍ବର-୩କୁ ଯାଇ ପରିମଳ ବ୍ୟବସ୍ଥା ବୁଲି ଅନୁଧ୍ୟାନ କରିଥିଲେ। ତାଙ୍କ ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନ ଗଞ୍ଜାମ ଏନ୍‌ଏସି ପକ୍ଷରୁ ସଫେଇ କରାଯାଉଛି କି ନାହିଁ ସେନେଇ ପଚାରି ବୁଝିଥିଲେ। ହେଲେ ବଡ଼ ବଜାରରେ ରାତିରେ ସଫେଇ କାର୍ଯ୍ୟ କରାଯାଉଥିବା ଦେଖି ଜିଲାପାଳ ଖୁସି ବ୍ୟକ୍ତ କରିଥିଲେ। ଏଥିସହ ସାନିଟେସନ କାର୍ଯ୍ୟ ପାଇଁ ଠିକା ନେଇଥିବା ଠିକାଦାରଙ୍କ କାର୍ଯ୍ୟଶୈଳୀକୁ ମଧ୍ୟ ଜିଲାପାଳ ପ୍ରଶଂସା କରିଥିଲେ। ତେବେ ଜିଲାପାଳଙ୍କ ଏହି ଗ୍ରସ୍ତ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ, ପୂର୍ବତନ କାଉନ୍‌ସିଲର, ବଡ଼ ବଜାର ବଣିକ ସଙ୍ଘ କର୍ମକର୍ତ୍ତା, ଏନ୍‌ଏସି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share