ଜିଲାପାଳଙ୍କ ସ୍ବଚ୍ଛତା ତଦାରଖ; ଡଷ୍ଟବିନ୍‌ ନ ଥିବାରୁ ଦୋକାନୀଙ୍କୁ ଜରିମାନା: ଶାୈଚାଳୟରେ ପାଣି ଜମିଥିବା ସ୍ଥାନ ନିଜେ ସଫା କଲେ

ହିିଞ୍ଜିଳିକାଟୁ, ୨୭ା୨(ଡି.ଏନ୍‌.ଏ): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ରାତି ପ୍ରାୟ ୧୦ରେ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଗସ୍ତକରି ସହରର ସ୍ବଚ୍ଛତା ତଦାରଖ କରିଥିଲେ। ମୁଖ୍ୟ ବଜାରରେ ଥିବା ଏକ ରାଶନ ଦୋକାନ ନିରୀକ୍ଷଣ କରିଥିଲେ। ସେଠାରେ ଡଷ୍ଟବିନ ନ ଥିବାରୁ ଦୋକାନୀଙ୍କୁ ୫ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜରିମାନା ଅର୍ଥରେ ଡଷ୍ଟବିନ କିଣି ଉକ୍ତ ଦୋକାନୀ ଓ ଅନ୍ୟମାନଙ୍କୁ ପ୍ରଦାନ କରିବାକୁ ଜିଲାପାଳ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମନୋରଞ୍ଜନ ଶାହଙ୍କୁ କହିଥିଲେ। ଏଥିସହ ଜିଲାପାଳ ବିଭିନ୍ନ ୱାର୍ଡ ଗସ୍ତକରି ରାତିକାଳୀନ ସଫେଇ କାର୍ଯ୍ୟ ତଦାରଖ କରିଥିଲେ। ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ମାସ୍କ, ଜୋତା ଓ ଅନ୍ୟାନ୍ୟ ସାମଗ୍ରୀ ପରିଷଦ ପକ୍ଷରୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ନିର୍ମାଣାଧୀନ ବସ୍‌ ଟର୍ମିନାଲ ବୁଲିବା ସହ ନିକଟରେ ଥିବା ଜନତା ଶାୈଚାଳୟ ବୁଲି ଦେଖିଥିଲେ। ଶାୈଚାଳୟର କିଛି ସ୍ଥାନରେ ପାଣି ଜମିଥିବା ଦେଖି ଜିଲାପାଳ ନିଜେ ୱାଇପର ଧରି ସଫା କରିଥିଲେ ଏବଂ ଶାୈଚାଳୟର ସ୍ବଚ୍ଛତା ତଦାରଖ ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ଗସ୍ତ ବେଳେ ତହସିଲଦାର ଗୋପୀନାଥ କୁଅଁର, ବିଡିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲୀପ କୁମାର ମିଶ୍ରଙ୍କ ସମେତ ଅନ୍ୟ ପାୈର କର୍ମଚାରୀ ଉପସ୍ଥିତ ଥିଲେ।

Share