Categories: ଗଞ୍ଜାମ

ଜିଲାପାଳ, ଆରଟିଓ ଅଫିସକୁ ବ୍ରହ୍ମପୁର ସ୍ଥାନାନ୍ତର ଦାବି

ବ୍ରହ୍ମପୁର ଅଫିସ,୫ା୧୦-ଗଞ୍ଜାମ ଜିଲା ସଦର ମହକୁମା ତଥା ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲା ପରିବହନ କାର୍ଯ୍ୟାଳୟ(ଆରଟିଓ)କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରିବାକୁ ଦାବି କରିଛି ଭାରତୀୟ ବିକାଶ ପରିଷଦ ା ଏ ନେଇ ଶୁକ୍ରବାର କୁକୁଡାଖଣ୍ଡି ବିଡିଓଙ୍କୁ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ା ଛତ୍ରପୁରରେ ଏହି ଦୁଇ କାର୍ଯ୍ୟାଳୟ ରହିବା କାରଣରୁ ଜିଲାର ୯୦ ପ୍ରତିଶତ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଗଞ୍ଜାମ ଜିଲାବାସୀଙ୍କ ସୁବିଧା ସ୍ବାର୍ଥ ଦୃଷ୍ଟିରୁ ଉଭୟ କାର୍ଯ୍ୟାଳୟକୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରିବା ଆବଶ୍ୟକ ବୋଲି ପରିଷଦ ଦାବି କରିଛି ା ଆଗାମୀ ଦିନରେ ହେବାକୁ ଥିବା ଛତ୍ରପୁରରେ ୭ ମହଲା ବିଶିଷ୍ଟ ୬ କୋଟି ଟଙ୍କା ବିନିମୟର ନୂତନ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁରଠାରେ ନିର୍ମାଣ କରିବାକୁ ପରିଷଦର ଦାବିପତ୍ରରେ ଉଲ୍ଲେଖ କରିଛି ା ନଚେତ ଜନସାଧାରଣ ରାସ୍ତାକୁ ଓହ୍ଲାଇବେ ବୋଲି ବିକାଶ ପରିଷଦ ଚେତାବନୀ ଦେଇଛି। ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଙ୍କ ସମେତ ରଶ୍ମିରଞ୍ଜନ ପାଳ, ମାନବ ଅଧିକାରୀ ସୁରକ୍ଷା ମଞ୍ଚର ଆବାହକ ଅବନୀ କୁମାର ଗୟା, କୁକୁଡାଖଣ୍ଡି ବ୍ଳକର ରାଜେନ୍ଦ୍ର ଦଳ ବେହେରା, ସରିତା ପଣ୍ଡା, ପ୍ରଶାନ୍ତ ମହାରଣା, ଉଦୟନାରାୟଣ ଦାଶ, ସନାତନ ଚୌଧୁରୀ, ସୂର୍ଯ୍ୟନାରାୟଣ ଦାଶ ପ୍ରମୁଖ ଦାବିପତ୍ର ପଦାନ ବେଳେ ଉପସ୍ଥିତ ଥିଲେ ା