Advertisement

ଜିଲାରୁ ୧୭୫ ବରିଷ୍ଠ ତୀର୍ଥଯାତ୍ରୀଙ୍କ ଋଷିକେଶ, ହରିଦ୍ୱାର ଯାତ୍ରା

କେନ୍ଦୁଝର,୧୨।୧୨(ସ୍ବ.ପ୍ର.) : ସରକାର ବରିଷ୍ଠ ନାଗରିକଙ୍କ ପାଇଁ କରିଥିବା ତୀର୍ଥକ୍ଷେତ୍ର ପରିଦର୍ଶନ ଯୋଜନାରେ କେନ୍ଦୁଝର ଜିଲାରୁ ୧୭୫ ଜଣ ଯାତ୍ରୀଙ୍କୁ ଚୟନ କରାଯାଇଛି। ଗୁରୁବାର ଏହି ଯାତ୍ରୀମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯିବା ସହ ୪ଟି ବସ୍‌ରେ ବାଲେଶ୍ୱର ଯାଇ ସେଠାରୁ ଟ୍ରେନ୍‌ରେ ଋଷିକେଶ ଓ ହରିଦ୍ୱାର ଯାତ୍ରା କରିବେ ବୋଲି ଜଣାପଡ଼ିଛି। ସମସ୍ତ ଯାତ୍ରୀ ୧୮ରେ ଫେରିବେ। ସେମାନେ ଅପରାହ୍ନରେ ଏଠାରୁ ବସ୍‌ ଯୋଗେ ଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share