Advertisement

ଜିଲାରେ ଶ୍ରେଷ୍ଠ ବ୍ଲକ ଭାବେ ପାଟଣା ପୁରସ୍କୃତ

ପାଟଣା,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲାସ୍ତରୀୟ ୭୧ ତମ ଗଣତନ୍ତ୍ର ଦିବସ ଜିଲା ମୁଖ୍ୟାଳୟ ଷ୍ଟାଡିୟମରେ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାର ପାଟଣା ବ୍ଲକକୁ ଶ୍ରେଷ୍ଠ ବ୍ଲକ ଭାବରେ ପୁରସ୍କୃତ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କଠାରୁ ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଈଶ୍ୱରଚନ୍ଦ୍ର ନାଏକ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ, ଜିଲାର ୧୩ ଟି ବ୍ଲକ ମଧ୍ୟରୁ ପାଟଣା ସରକାରୀ ଯୋଜନାଗୁଡ଼ିକୁ ସଫଳ କରିବାରେ ଉତ୍କୃଷ୍ଟତା ପ୍ରତିପାଦନ କରିଥିବାରୁ ଏହି ପୁରସ୍କାର ବ୍ଲକକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଆଶିଷ ଠାକ୍‌ରେ, ଜିଲା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର ଓ ଜିଲାର ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share