ଜିଲାରେ ୪୯୪.୨ ମିମି ବର୍ଷା, କୋରାପୁଟ ବ୍ଲକରେ ସର୍ବାଧିକ ୬୪.୨ ମିମି

କୋରାପୁଟ,୪।୮(ସ୍ବ.ପ୍ର.) : କୋରାପୁଟ ଜିଲାରେ ରବିବାର ୪୯୪.୨ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗର ରିପୋର୍ଟରୁ ଜଣାଯାଇଛି। ଜିଲାର କୋରାପୁଟ ବ୍ଲକରେ ସର୍ବାଧିକ ୬୪.୨ ମିମି ବର୍ଷା ହୋଇଥିବାବେଳେ ବୋରିଗୁମ୍ମା ବ୍ଲକରେ ୪୮.୮ମିମିି, ଦଶମନ୍ତପୁର ବ୍ଲକରେ ୫୦ ମିମି ବର୍ଷା ହୋଇଛି ା କୁନ୍ଦ୍ରାରେ ୩୪.୪ ମିମି, କୋଟପାଡ଼ରେ ୩୬ ମିମି, ଲମତାପୁଟରେ ୨୮ମିମି ବୈପାରୀଗୁଡ଼ା ବ୍ଲକରେ ୪୦ମିମି, ପଟ୍ଟାଙ୍ଗି ବ୍ଲକରେ ୫.୧ ମିମି, ନନ୍ଦପୁରରେ ବ୍ଲକରେ ୨୭.୪ ମିମି, ଜୟପୁରରେ ୫୨.୨ ମିମି, ସେମିଳିଗୁଡାରେ ୪୫ ମିମି,ଲକ୍ଷ୍ମୀପୁର ବ୍ଲକରେ ୩୫ ମିମି, ନାରାୟଣପାଟଣା ବ୍ଲକରେ ୧୦.୪ ମିମି ଓ ବନ୍ଧୁଗାଁ ବ୍ଲକରେ ୨୬ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି । ସେହିପରି ରବିବାର କୋଲାବ ଡ୍ୟାମର ଜଳସ୍ତର ୮୪୯.୮୩ ମିଟର ରହିଛି। ଏହାର ଜଳଧାରଣ କ୍ଷମତା ହେଉଛି ୮୫୮ ମିଟର। ଗତବର୍ଷ ଏହି ସମୟରେ କୋଲାବ ଡ୍ୟାମର ଜଳସ୍ତର ଥିଲା ୮୫୦.୬୩ ମିଟର ରହିଥିଲା ।

Share