Advertisement

ଜିଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଏମ୍‌ପି

କେନ୍ଦୁଝର,୩।୧(ସ୍ବ.ପ୍ର.): କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ନବବର୍ଷ ଅବସରରେ ଶୁକ୍ରବାର ଜିଲାର ବହୁ ସମସ୍ୟା ଉପରେ ସ୍ଥାନୀୟ ବିଭିନ୍ନ ଗଣମାଧ୍ୟମର ଖବରଦାତା ସମ୍ମିଳନୀରେ ଆଲୋଚନା କରିଛନ୍ତି। ସେ ଜିଲାର ବିଭିନ୍ନ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ପାଖରେ କରିଥିବା ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଏନ୍‌ଏଚ୍‌ ୨୦ ଓ ୪୯ ସମସ୍ୟା, ରେଳଲାଇନ ଓ ନୂଆ ରେଳ ଚଳାଚଳ ଆଦି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଥିଲେ। ଜିଲାର ବହୁ ସମସ୍ୟା ରହିଛି, ସେସବୁ ସମାଧନ ପାଇଁ ସେ ଉଦ୍ୟମ ଜାରି ରଖିଥିବା ବେଳେ ଏ ନେଇ ସମସ୍ତଙ୍କ ସହଯୋଗ ଓ ସହାୟତା ଲୋଡ଼ିଥିଲେ। ରାସ୍ତା ନିର୍ମାଣ ଶେଷ ନ ହୋଇ ଟୋଲ୍‌ ଆଦାୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହା ସହ ବୈତରଣୀ ନଦୀ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଥିଲା। କୃଷିକ୍ଷେତ୍ରର ବିକାଶ, କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଆଦି ଉପରେ ଆଲୋଚନା କରାଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏମ୍‌ପି ମାଧବ ସର୍ଦ୍ଦାର ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel