Categories: ଭଦ୍ରକ

ଜିଲାସୀମା ସହ ଫେରିଘାଟ ସିଲ୍‌ କଲା ପୋଲିସ

ଆରଡି, ୨୮ା୪(ଡି.ଏନ.ଏ.)-ଭଦ୍ରକ ଜିଲା ଡିପ୍‌ ରେଡ ଜୋନ ଘୋଷଣା ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଏଥିସହିତ ଜିଲା ସୀମା ସହ ଫେରିଘାଟ ସିଲ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୋମବାର ଆରଡି ଫାଣ୍ଡି ପୋଲିସ ଭଦ୍ରକ-ଯାଜପୁର ସୀମାକୁ ବୋଡକ ଠାରେ, ଭଦ୍ରକ-କେନ୍ଦ୍ରାପଡା ସୀମାକୁ ମୁଆଁ ଘାଟ ନିକଟରେ ସିଲ୍‌ କରିଛି ା ଏଥିସହିତ ତିନିତର ଓ ଧାନଖଣିଆ ଫେରିଘାଟକୁ ସିଲ୍‌ କରିଦେଇଛି। ଫଳରେ ବାହାର ଜିଲାକୁ ଯାଉଥିବା ଲୋକମାନଙ୍କ ଯିବା ଆସିବା ସମ୍ପୂର୍ଣ୍ଣଭାବେ ଠପ୍‌ ହୋଇଯାଇଛି ା ଏସବୁ ସ୍ଥାନ ସିଲ ହେବା ବ୍ୟତୀତ ଅନ୍ୟସ୍ଥାନରୁ କିପରି ବାହାର ଲୋକ ପ୍ରବେଶ ନ କରିବେ ସେଥିଲାଗି ଫାଣ୍ଡି ପୋଲିସ କଡାନଜର ରଖିଥିବା ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ କହିଛନ୍ତି। ସେହିପରି ଧାମନଗର ବ୍ଲକର ବେତାଳି ଗାଁ, ସାଆଁଳପୁର ଓ କୁଳସାହି ନିକଟରେ ଯାଜପୁର ଜିଲାକୁ ଯିବାପାଇଁ ନିର୍ମିତ ବାଉଁଶ ଚାରାକୁ ଧୁଷୁରୀ ଥାନା ପୋଲିସ ଖୋଲିଦେଇଥିବା ସୂଚନା ମିଳିଛି ା