ଜିଲାସ୍ତରରେ କୃଷି ଯୋଜନାର କାର୍ଯ୍ୟାନ୍ବୟନ ପରଖିବେ ଅଧିକାରୀ

ଭୁବନେଶ୍ୱର,୧୮।୬(ବ୍ୟୁରୋ): କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଯୋଜନାଗୁଡ଼ିକର ସଫଳ ରୂପାୟନ କରିବା ଲାଗି କୃଷକମାନଙ୍କ ଉନ୍ନତି ଆସିବ, ଏଥିରେ ଦ୍ୱିମତ ନାହିଁ। କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସୋମବାର ରାଜ୍ୟ କୃଷି ଭବନଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। କୃଷି ବିଭାଗର ୧୦ ଜଣ ବରିଷ୍ଠ ଅଧିକାରୀ ଜୁନ୍‌ ମାସଠାରୁ ପ୍ରତ୍ୟେକ ଅଧିକାରୀଙ୍କୁ ତିନିଗୋଟି ଜିଲା ଗସ୍ତ କରି ଯୋଜନାର କାର୍ଯ୍ୟାନ୍ବୟନ ତଦାରଖ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଅଧିକାରୀମାନେ ଜିଲା ଗସ୍ତ ସମୟରେ ବିଭିନ୍ନ ରାଜ୍ୟ ଯୋଜନା, କେନ୍ଦ୍ରୀୟ ଯୋଜନାର କ୍ଷେତ୍ରସ୍ତରରେ ଠିକ୍‌ କାର୍ଯ୍ୟକାରୀ ହେଉଛି ନା ନାହିଁ ତଦାରଖ କରିବେ। ଯୋଜନାଗୁଡିକର କାର୍ଯ୍ୟାନ୍ବୟନରେ ତ୍ରୁଟି ପରିଲକ୍ଷିତ ହେଲେ କ୍ଷେତ୍ର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରି ସେଥିରେ ସୁଧାର ଆଣିବେ। ଗସ୍ତ ପରେ ସମ୍ପୃକ୍ତ ଜିଲା ବିଷୟରେ ବିବରଣୀ ପ୍ରମୁଖ ଶାସନ ସଚିବଙ୍କୁ ପ୍ରଦାନ କରିବା ପାଇଁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Share