ଜିଲାସ୍ତରୀୟ ବିଜ୍ଞାନଭିତ୍ତିକ ଗବେଷଣା, ଅନ୍ବେଷଣ ପ୍ରତିଯୋଗିତା: ଏଫଏମ୍‌ କଲେଜର ପ୍ରିୟା, ଅନନ୍ୟା ପ୍ରଥମ

ବାଲେଶ୍ୱର ଅଫିସ, ୬।୩-ବାଲେଶ୍ୱର ସହରସ୍ଥିତ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ବିଜ୍ଞାନ ଭିତ୍ତିକ ଗବେଷଣା ଓ ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ପ୍ରଦର୍ଶନୀ ପ୍ରତିଯୋଗିତାରେ ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟାପିକା ମନସ୍ବିନୀ ବେହେରାଙ୍କ ତତ୍ତ୍ୱାବଧାନରେ ଯୁକ୍ତ ୨ ପ୍ରଥମବର୍ଷ ବିଜ୍ଞାନ ଛାତ୍ରୀ ପ୍ରିୟା ବିଶ୍ୱାଳ ଓ ଅନନ୍ୟା ପାଢ଼ୀ ଯୁଗ୍ମ ଭାବେ ଜିଲାସ୍ତରରେ ପ୍ରଥମସ୍ଥାନ ହାସଲ କରି ମାନପତ୍ର ଓ ଟ୍ରଫି ହାସଲ କରିଛନ୍ତି। ସେହିଭଳି ଜିଲାସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଯୁକ୍ତ ୨ ପ୍ରଥମବର୍ଷ ବିଜ୍ଞାନ ଛାତ୍ର ଶୁଭମ୍‌ ଏସ୍‌ ଦାସ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ମହାବିଦ୍ୟାଳୟ ଅଧ୍ୟକ୍ଷ ପର୍ଶୁରାମ ଜେନା, ଅଧ୍ୟାପକ ଡ. ଭାଗବତ ଭୂୟାଁ, ଡ. ସନ୍ତୋଷ କୁମାର ରାଉତ, ପ୍ରଦୀପ କୁମାର ରଣା, ଅଧ୍ୟାପିକା ସଲମା ସୋରେନ୍‌, ସୁଲୋଚନା ସିଂ, ଡ. ମିନତୀ ମହାନ୍ତି, ଆରାଧ୍ୟନା ନାୟକ, ସୋନାଲିସା ମହାନ୍ତି, ସୁଶ୍ରୀ ସରିତା ପରିଡ଼ା. ଅଞ୍ଜନା ବେହେରା, ଡ. ତପସ୍ବିନୀ ନାୟକ, ବୈଶାଳିନୀ ପଣ୍ଡା, ସିମାଶ୍ରୀ ଶୁଭଦର୍ଶନୀ, ପାପିୟା ପଲ, ରଶ୍ମିରେଖା ସିଅଳଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଆହୁରି ଆଗକୁ ଯାଇ ମହାବିଦ୍ୟାଳୟର ଗର୍ବ ଓ ଗୌରବକୁ ବୃଦ୍ଧି କରିବାକୁ ଛାତ୍ରୀଛାତ୍ରଙ୍କୁ ପ୍ରେରଣା ଦେଇଛନ୍ତି।