ବଅଁରପାଳ,୧୦।୮(ଡି.ଏନ୍.ଏ.): ଅନୁଗୋଳ ଜିଲା ୟୁନାଇଟେଡ ବ୍ୟାଡମିଣ୍ଟନ ଆସୋସିଏଶନ ପକ୍ଷରୁ ନାଲ୍କୋ ବ୍ୟାଡମିଣ୍ଟନ ହଲ୍ରେ ଆଯୋଜିତ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଶନିବାର ଫାଇନାଲ ଦିବସ। ତେବେ ଏଥିରେ ତାଳଚେର, ଅନୁଗୋଳ, ନାଲ୍କୋ ଏନ୍ଟିପିସି ଟିପିସିପିଏସ୍ ଆଦି ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ବାଳିକା ବିଭାଗରେ ଦେସ୍ନା ଜୈନ ଓ ବାଳକ ବିଭାଗରେ ଆୟୁଷ ଦାସ ଫାଇନାଲକୁ ଯାଇଛନ୍ତି।