ବରଗଡ଼ ଅଫିସ,୨।୧୨: ବରଗଡ଼ ଜିଲା ପ୍ରଶାସନ ତଥା ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ସୋମବାର ଜିଲାସ୍ତରୀୟ ଯୁବ ଉତ୍ସବ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସୌଖୀନ ରଙ୍ଗମଞ୍ଚରେ ଚାଲିଥିବା ଏହି ଯୁବ ଉତ୍ସବକୁ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ଉଦ୍ଘାଟନ କରିଥିଲେ। ଦ୍ବିଦିବସୀୟ ଏହି କାର୍ଯ୍ୟକ୍ରମ ମଙ୍ଗଳବାର ଉଦ୍ଯାପିତ ହେବ। ଜିଲାର ପ୍ରତି ବ୍ଲକ, ଏନ୍ଏସିର ବଛାବଛା ସାଂସ୍କୃତିକ ଦଳ ଏଥିରେ ଭାଗ ନେଇଛନ୍ତି। ଏଠାରୁ ମନୋନୀତ ସାଂସ୍କୃତିକ ଅନୁଷ୍ଠାନ ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ଭାଗ ନେବେ। ଉଦ୍ଘାଟନୀ ସମାରୋହରେ ବରଗଡ଼ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିବାବେଳେ ଜିଲା କ୍ରୀଡ଼ା ଅଧିକାରୀ ତୁଷାରକାନ୍ତି ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।