ଜିଲାସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଯାପିତ: ବନ୍ଧୁତାର ବାର୍ତ୍ତା ବାଣ୍ଟି ଫେରିଲେ ଯୁବ କଳାକାର

କେନ୍ଦୁଝର,୨।୧୨(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ନଗରଭବନଠାରେ ଆୟୋଜିତ ଦୁଇ ଦିନିଆ ଜିଲାସ୍ତରୀୟ ଯୁବ ମହୋତ୍ସବ ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ଜିଲାର ବିଭିନ୍ନ ବ୍ଳକ୍‌ ଏବଂ ପୌରପାଳିକା ଅଞ୍ଚଳରୁ ଆସିଥିବା ଯୁବ କଳାକାରମାନେ ମହୋତ୍ସବରେ ଭାଗ ନେଇ କଳା ମାମରେ ବନ୍ଧୁତାର ବାର୍ତ୍ତା ଦେଇ ଫେରିଯାଇଛନ୍ତି ା କଳା, ସଂସ୍କୃତିର ଅଭିବୃଦ୍ଧି ସହିତ ଜାତୀୟତା ଭାବ ଉଦ୍ରେକ କରିବା ଲକ୍ଷ୍ୟ ନେଇ କଳାକାରମାନେ ନିଜ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ଦୁଇଦିନ ଧରି ଆୟୋଜିତ ଲୋକନୃତ୍ୟ, ଲୋକସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ଏବଂ ବାଦ୍ୟ ଯନ୍ତ୍ରରେ ନଗର ଭବନ ପରିସର ଝଙ୍କୃତ ହୋଇଥିଲା । ଏହି ଅବସରରେ କଳାକାରମାନେ ପରସ୍ପର ମଧ୍ୟରେ ଭାବ ବତନତମୟ କରି ବନ୍ଧୁତ୍ୱର ସେତୁ ବାନ୍ଧିଥିଲେ। ଉଦ୍‌ଯାପନୀ ସମାରୋହରେ ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ। ଜିଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ ଯୁବ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟ, ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ୍‌। ଆଗାମୀ ୧୮ ରୁ ୨୨ ତାରିଖ ପଯର୍‌ୟନ୍ତ ଭଦ୍ରକଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଦଳ ଓ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ସେ କହିଥିଲେ। ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଞ୍ଜୀବ ବାରିକ୍‌ ପ୍ରଥମେ ସ୍ବାଗତଭାଷଣ ଦେଇ ସଭା ସଞ୍ଚାଳନ କରିଥିଲେ ା କାର୍ଯ୍ୟକ୍ରମ ଶେଷରେ ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଧନ୍ୟବାନ ଅର୍ପଣ କରିଥିଲେ।
ଯୁବ ମହୋସତ୍ବରେ ଲୋକନୃତ୍ୟ ପ୍ରତିଯୋଗିତାରେ କେନ୍ଦୁଝରଗଡ଼ ପୌରପାଳିକାର ବରୁଣେଶ୍ୱର ନୃତ୍ୟ ସଂଗୀତ ଅନୁଷ୍ଠାନ, ଲୋକ ସଙ୍ଗୀତରେ କେନ୍ଦୁଝର ସଦର ବ୍ଲକ୍‌ର ସାଇ ତାରିଣୀ ଗ୍ରୁପ୍‌ , ଓଡ଼ିଶୀରେ ପାଟଣା ବ୍ଲକ୍‌ର ବିଶ୍ୱଜିତ୍‌ ମହାପାତ୍ର, ହିନ୍ଦୁସ୍ଥାନୀ ଭୋକାଲ୍‌ରେ ହାଟଡିହି ବ୍ଲକ୍‌ର ମାଳତୀ ପାତ୍ର, ଏକାଙ୍କିକାରେ ବଡବିଲ ପୌରପାଳିକାର ବଡ଼ବିଲ ଆଇଟିଆଇ ଗ୍ରୁପ୍‌, ବଂଶୀରେ ଯୋଡ଼ା ବ୍ଲକ୍‌ର ପୀତାବାସ ମୁଣ୍ଡା, ତବଲାରେ ସଦର ବ୍ଲକ୍‌ର ଅବିନାଶ ମହାନ୍ତ, ଗୀଟାରରେ ବଡବିଲ ପୌରପାଳିକାର ପ୍ରେମାଶିଷ ସିହ୍ନା, ହାର୍‌ମୋନିୟମ୍‌ରେ କେନ୍ଦୁଝର ସଦର ବ୍ଲକ୍‌ର ପ୍ରଫୁଲ କୁମାର ସାହୁ, ଏବଂ ଏଲକ୍ୟୁସନ ପ୍ରତିଯୋଗିତାରେ କେନ୍ଦୁଝରଗଡ଼ ମ୍ୟୁନିସିପାଲିଟିର ଆଦ୍ୟ ଓମ୍‌କାର ପଣ୍ଡା, ମୃଦଙ୍ଗମ୍‌ରେ ଆନନ୍ଦପୁର ବ୍ଲକ୍‌ର ମୃତ୍ୟୁଞ୍ଜୟ ସାହୁ ପ୍ରଥମ ସ୍ଥାନ ହାସଲ କରଥିବା ଜଣାପଡିଛି।