ସୁନ୍ଦରଗଡ଼,୨୧।୧୨(ଡି.ଏନ୍.ଏ.) : ପଶ୍ଚିମ ଓଡ଼ିଶାର ସମ୍ବଲପୁରଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସୁନ୍ଦରଗଡ଼ ଜିଲା ଓକିଲ ସଂଘ ପକ୍ଷରୁ ଶନିବାର ପିକେଟିଂ କରାଯାଇ ସମସ୍ତ କାର୍ଯ୍ୟାଳୟ ବନ୍ଦ କରିଦିଆଯାଇଥିଲା। ଜିଲା ଓକିଲ ସଂଘ ସଭାପତି ଦୁଷ୍ମନ୍ତ କୁମାର ନାଏକ, ଜିଲା ଓକିଲ ସଂଘ ସମ୍ପାଦକ ଅଶୋକ କୁମାର ସ୍ବାଇଁ, ବରିଷ୍ଠ ଆଇନଜୀବୀ ନିମାଇଁ ଚରଣ ନାଏକ, ପରମେଶ୍ୱର ନାଏକ, ପ୍ରହଲ୍ଲାଦ ଅଗ୍ରଓ୍ବାଲ, କମଳ ସେନ, ଯୁଗଳ କିଶୋର ଠାକୁର ପ୍ରମୁଖ ଜିଲା ଓକିଲ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ମିଳିତ ପିକେଟିଂ କରିଥିଲେ। କୋର୍ଟ କଚେରୀ, ଜିଲାପାଳ, ଉପଜିଲାପାଳ, ଆର୍ଟିଓ, ପୌରପାଳକା କାର୍ଯ୍ୟାଳୟ ସହ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ଜିଲା ଓକିଲ ସଂଘ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା।