କେନ୍ଦୁଝର,୧୦।୪(ସ୍ବ.ପ୍ର.): କୋଭିଡ-୧୯ ମହାମାରୀ ସମୟରେ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ଜିଲା କଣ୍ଟ୍ରୋଲ ରୁମ ଇନ୍ଚାର୍ଯ୍ୟ ଦାୟିତ୍ୱରେ ପିସିସି ସମ୍ପାଦକ ସଂଗ୍ରାମ ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ଏଆଇସିସି ନିର୍ଦ୍ଦେଶରେ କଂଗ୍ରେସ ପକ୍ଷରୁ ରାଜ୍ୟ ଓ ଜିଲାରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଲୋକମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଲୋକମାନେ ବହୁ ଅସୁବିଧା ଭୋଗୁଥିବାରୁ ସେମାନଙ୍କୁ ସହାୟତା ଦେବା ପାଇଁ କଂଗ୍ରେସ ପକ୍ଷରୁ ଏଭଳି ନିଯୁକ୍ତି ଦିଆଯାଇଥିବା ସଂଗ୍ରାମ କହିଛନ୍ତି। ଏଣୁ ଅସୁବିଧାରେ ରହୁଥିବା ଲୋକମାନେ ତାଙ୍କୁ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦେଇଛନ୍ତି।