Advertisement

କୋରାପୁଟରେ ଟିଡିସିସି ମାଧ୍ୟମରେ ନିର୍ମାଣ ହେବ କଫି ପ୍ରକ୍ର୍ରିୟାକରଣ କେନ୍ଦ୍ର

କୋରାପୁଟ,୨।୮(ସ୍ବ.ପ୍ର.): କୋରାପୁଟରେ କଫି ଚାଷ ପାଇଁ ଉପଯୁକ୍ତ ଜଳବାୟୁ ରହିଥିବାବେଳେ ଏହି ଚାଷକୁ ଅଧିକ ଲୋକାଭିମୁଖୀ ନେଇ ଜିଲା କଫି ଉନ୍ନୟନ ଟ୍ରଷ୍ଟର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ା ଜିଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଫିକୁ ଜାତୀୟ ମାନ୍ୟତା ପ୍ରଦାନ ନେଇ ଚାଷକୁ ଅଧିକ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହା ସହ କୋରାପୁଟସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗର ଥିବା ତାଲିମ କେନ୍ଦ୍ର ପରିସରରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଟିଡିସିସି ମାଧ୍ୟମରେ ଏକ କଫି ପ୍ରକ୍ରୟାକରଣ କେନ୍ଦ୍ର ନିର୍ମାଣ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସେହିପରି ଜିଲାରେ ଥିବା ଆଦିବାସୀ ଜନଜାତିଙ୍କ ଆର୍ଥିକ ବିକାଶ ନେଇ ଏହି କଫି ଚାଷ ଉପରେ କଫି ଟ୍ରଷ୍ଟ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲା କଫି ଉପନିର୍ଦେଶକ ଭବାନୀ ଶଙ୍କର କାଲୋ ପ୍ରକାଶ କରିଥିଲେ ା ବୈଠକରେ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ, ଜିଲା ଜଳିବିଭାଜିକା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲା କଫି ଉପନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, କଫିବୋର୍ଡର ଲିଆଇସନିଂ ଅଧିକାରୀ ଅଜିତ କୁମାର ରାଉତ, ସହକାରୀ କଫି ଉପନିର୍ଦ୍ଦେଶକ ଦୟାନିଧି ବାଗ୍‌ ପ୍ରମୁଖ ଉପସ୍ଥିତ ଥିଲେ ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share