ଜିଲା ଚିଠି ସୁନ୍ଦରଗଡ଼..ଅଧିକାର ପାଇଁ ଲଢ଼େଇ

ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାରକୁ ନେଇ ଏବେ ଜିଲାରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ଗ୍ରାମସଭା ଜରିଆରେ ମନୋନୀତ ହିତାଧିକାରୀମାନଙ୍କୁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଜିଲା କମିଟୀ ତାଲିକା ଯାଞ୍ଚ ନାଁ ରେ ଅନେକ ହିତାଧିକାରୀଙ୍କୁ ବାଦ ଦେଇଥିବା ଜଣାପଡିଛି। ଏହାକୁ ନେଇ ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଆଇନ୍‌ କାର୍ଯ୍ୟକାରୀ ହେବା ଦିନଠାରୁ ଜିଲାରେ ୧୯ହଜାର ୭୩୦ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ଆଉ ୯ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ନାମକୁ ବାଦ ଦିଆଯାଇଛି। ସେହିପରି ୨ଟି ମାତ୍ର ଗାଁକୁ ଗୋଷ୍ଠୀଗତ ଜଙ୍ଗଲଜମି ଅଧିକାର ପ୍ରଦାନ କରାଯାଇଛି। ଅନ୍ୟପକ୍ଷେ ଜିଲା ଯାଞ୍ଚ କମିଟି ବାଦ୍‌ ଦେଇଥିବା ହିତଧିକାରୀଙ୍କ ନାମ ପୁନଃ ଯାଞ୍ଚ ପାଇଁ ଯାହାକି ଗ୍ରାମସ୍ତରରେ ହେବା କଥା ତାହା ତହସିଲ ଜରିଆରେ ଜନଶୁଣାଣି ଶିବିରମାନ ଆୟୋଜନ କରାଯାଉଛି। ଏହି ଶିବିରରେ ହିତାଧିକାରୀମାନଙ୍କ ପକ୍ଷ ରଖିବାକୁ ମଧ୍ୟ ଉଚିତ ସମୟ ଦିଆଯାଉନାହିଁ। ଫଳରେ ଉକ୍ତ ଶିବିର କେବଳ ପ୍ରହସନରେ ପରିଣତ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜଙ୍ଗଲ ଅଧିକାର ଆଇନ୍‌-୨୦୦୬ର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଅଭିଯୋଗ କରି ବିଭିନ୍ନ ଆଦିବାସୀ,ମୂଳନିବାସୀ ଅଧିକାର ମଞ୍ଚ ଓ ସଙ୍ଗଠନଗୁଡିକ ପକ୍ଷରୁ ଅଧିକାର ପାଇଁ ଲଢେଇ ଆରମ୍ଭ କରିଛନ୍ତି। ବିଭିନ୍ନ ସମୟରେ ଏହି ସଙ୍ଗଠନଗୁଡିକ ପକ୍ଷରୁ ଉପଜିଲାପାଳ, ଜିଲାପାଳ ଓ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜରିଆରେ ଅଧିକାର ଦାବି କରୁଛନ୍ତି। ଓଡ଼ିଶାର ଅନୁସୂଚିତ ଅଞ୍ଚଳରେ ଜଙ୍ଗଲ ଜମି ଅଧିକାର ଆଇନ୍‌କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ହସ୍ତକ୍ଷେପ କରିବାକୁ ଆଦିବାସୀ ସଙ୍ଗଠନ ଗୁଡିକ ଦାବି କରିଛନ୍ତି। ଏହାସହିତ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ସମ୍ପର୍କରେ ଗ୍ରାମସଭାକୁ ଅନ୍ଧକାରରେ ରଖି ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦାନକୁ ସଙ୍ଗଠନଗୁଡିକ ବିରୋଧ କରୁଛି। ଏଣୁ ଅନୁସୂଚିତ ଅଞ୍ଚଳର ଅଧିବାସୀମାନଙ୍କୁ ପାରମ୍ପରିକ ଜଙ୍ଗଲ ଜମି ଅଧିକାର ପ୍ରଦାନ ପାଇଁ ଦାବି ଉଠିଥିବା ବେଳେ ଏହାକୁ ନେଇ ଏବେ ଆଦିବାସୀ ସଙ୍ଗଠନ ଓ ପ୍ରଶାସନ ମଧ୍ୟରେ ଦ୍ୱନ୍ଦ ଲାଗି ରହିଛି। ଏଣୁ ପ୍ରଶାସନ ଓ ଗ୍ରାମସଭା ମଧ୍ୟରେ ଉପଯୁକ୍ତ ସମନ୍ବୟ ରଖାଯାଇ ପ୍ରକୃତ ହିତାଧିକାରୀମାନଙ୍କୁ ଯଥାଶୀଘ୍ର ଜଙ୍ଗଲ ଜମି ଅଧିକାର ଆଇନ୍‌ ଅନୁଯାୟୀ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ଶିରୋନାମା (ପଟ୍ଟା) ପ୍ରଦାନ ସକାଶେ ଉଠିଛି। – ଜୟନାରାୟଣ ମେଣ୍ଡୁଳି


Enter your email to get our daily news in your inbox.

All Right Reserved By Dharitri.Com

ଧାରଣା ବେଳେ ଚାଷୀ ବେହୋସ

ଆନନ୍ଦପୁର,୨୫ା୪(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ପୌରପରିଷଦ ୧ ନଂ ଆଉ ୨ ନଂ ଓ୍ବାର୍ଡର ଚାଷୀମାନେ ଶୁକ୍ରବାର ସକାଳ ୧୦.୩୦ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜର...

ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ, ଆଗାମୀ ୧୦ ବର୍ଷରେ ୧୦୦ ଟାର୍ଗେଟ

ଭୁବନେଶ୍ୱର,୨୫।୪: ମୟୁରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିବା ପରେ ଆସିଛି ଆଉ ଏକ ଖୁସି ଖବର। ଶୁକ୍ରବାର ବନ୍ୟପ୍ରାଣୀ ପିସିସିଏଫ ପ୍ରେମ...

ପହଲଗାମରେ ଆତଙ୍କବାଦୀ ଆକ୍ରମଣ: ଜାଳିଦେଲେ ଜାତୀୟ ପତାକା

ପଦ୍ମପୁର,୨୫।୪(ପ୍ରଦୀପ୍ତ ଦାଶ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଦ୍ମପୁର ତରଫରୁ କଶ୍ମୀରର ପହଲଗାମରେ ହେଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କୁ...

ନବ ଦାସ ହତ୍ୟା ଘଟଣା: ଗୋପାଳଙ୍କ ପୂର୍ବ କଲ୍‌ ହିଷ୍ଟ୍ରି ଖୋଲିଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ):ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସଙ୍କ ପୁରୁଣା କଲ୍‌ ଡିଟେଲ ଖୋଲିଛି କ୍ରାଇମବ୍ରାଞ୍ଚ। ବୈଦ୍ୟନାଥପୁର ଥାନାରେ କ୍ରାଇମବ୍ରାଞ୍ଚର ତିନି...

ଗାଁ ଝାଙ୍କର, ପୂଜାରୀଙ୍କୁ ଆଦିବାସୀ ସଂଘର ସମ୍ବର୍ଦ୍ଧନା

କର୍ଲାମୁଣ୍ଡା,୨୫ା୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଆଦିବାସୀ ସଂଘ ପକ୍ଷରୁ ଜନସମ୍ପର୍କ ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଘ ସଭାପତି...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ମାରପିଟ: ପଞ୍ଚାୟତିରାଜ ଦିବସ ପାଳନ ବେଳେ ଗଣ୍ଡଗୋଳ

ବାସୁଦେବପୁର,୨୫।୪(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସହ ରାଶନ କାର୍ଡ ବଣ୍ଟନ କରାଯାଇଛି।...

ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୫ା୪(ଉତ୍ତମ କୁମାର ଦାଶ):ବଣପାହାଡ ଘେରା କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ସହରର ତାପମାତ୍ରା ଏବେ ୪୫...

ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ: ସବୁଠି ବିରୋଧର ନିଆଁ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ହମଲା ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ପକାଇଛି। ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ଉଦ୍ଦେଶ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image