ସମ୍ବଲପୁର,୬।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ଜିଲା ନିର୍ମାଣ ସଂଘ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର ରାସ୍ତାରୋକୋ କରାଯାଇଛି। ଶତାଧିକ ମହିଳା ପୁରୁଷ ଶ୍ରମିକ ଉଥାପଡ଼-ଜେଛକ ରାସ୍ତାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ନେଇ ଏକ ପ୍ରତିନିଧି ଦଳ ଜିଲା ଶ୍ରମ ଆୟୁକ୍ତଙ୍କ ସହ ଆଲୋଚନା କରିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ରାସ୍ତାରୋକୋ ଜାରି ରହିଛି।
ସୂଚନାଯୋଗ୍ୟ ଶ୍ରମିକମାନେ ପ୍ରଥମେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରି ବିରାଟ ରାଲିରେ ଜିଲା ଶ୍ରମ ଆୟୋଗ କାର୍ଯ୍ୟାଳୟକୁ ଯାଇଥିଲେ।