ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ରହସ୍ୟ ପର୍ଦ୍ଦାଫାସ କରିବାରେ ପୋଲିସ ବିଫଳ: ୧୩ରେ କଂଗ୍ରେସର ରାସ୍ତାରୋକୋ

ଗୁଣପୁର,୧୧।୧(ଡି.ଏନ୍‌.ଏ)-ଗତ ୨୪ ତାରିଖ ରାତିରେ ବାଇକ୍‌ ଦୁର୍ଘଟଣାରେ ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ବାଇକ ମୃତ୍ୟୁ ହୋଇଥିଲା ା ତାଙ୍କ ମୃତ୍ୟୁକୁ ପରିବାର ସଦସ୍ୟଙ୍କ ସହ କଂଗ୍ରେସ ସହଜରେ ଗ୍ରହଣ କରି ପାରୁନାହିଁ ା ତାଙ୍କର ମୃତ୍ୟୁ ଏବଂ ମୃତ୍ୟୁସ୍ଥଳକୁ ଅନୁଧ୍ୟାନ କରାଗଲେ ପ୍ରାୟୋଜିତ ଭାବେ ମୃତ୍ୟୁ ଘଟିଥିବା ଜଣାଯାଉଛି ା ଏହି ଘଟଣାର ପ୍ରକୃତ ରହସ୍ୟ ପର୍ଦ୍ଦାଫାସ କରିବାରେ ପୋଲିସ ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ା ଇତିମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ ପ୍ରକୃତ ତଥ୍ୟ ପ୍ରଦାନ କରି ପାରିନାହିଁ ା ଏଣୁ ଏହାକୁ ନେଇ କଂଗ୍ରେସ ପକ୍ଷରୁ ଆସନ୍ତା ୧୩ ତାରିଖରେ ରାମନାଗୁଡା ବ୍ଲକ ବାଙ୍ଗି ଛକଠାରେ ରାସ୍ତାରୋକୋ କରାଯିବ ବୋଲି କୁହାଯାଇଛି ା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ଜିଲା କଂଗ୍ରେସ କମିଟି ସଭାପତି ଦୂର୍ଗା ପ୍ରସାଦ ପଣ୍ଡାଙ୍କ ସମେତ କଂଗ୍ରେସର ନେତା ଏବଂ କମୀମାନେ ସାମିଲ ହେବେ ା ଜିଲା କଂଗ୍ରେସ କମିଟି ସଭାପତିଙ୍କ ପକ୍ଷରୁ ଗୁଣପୁର ଥାନାକୁ ପ୍ରଦତ୍ତ କରାଯାଇଥିବା ପତ୍ରରେ ଏହା ଜଣାପଡିଛି ା ଗତ ୩୦ ତାରିଖରେ ଜୟପୁର ବିଧାୟକ ଗୁଣପୁର ଆସି ୭ଦିନ ମଧ୍ୟରେ ଘଟଣାର ତଦନ୍ତ କରାଯାଇ ପ୍ରକୃତ କାରଣ ଜଣା ନ ପଡ଼ିଲେ ଅବିଭକ୍ତ କୋରାପୁଟ ଜିଲାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ା ଏହି ଘଟଣାରେ ପୋଲିସ ତଦନ୍ତ କରି ନ ପାରିଲେ ଏସଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରୁ ବୋଲି ବାହିନିପତି କହିଥିଲେ ା ସୂଚନାଯୋଗ୍ୟ ଯେ, ପୁରୁଷୋତ୍ତମ ଗତ ୨୪ ତାରିଖ ରାତିରେ ନିଜ ସମର୍ଥକଙ୍କ ସହ ରାୟଗଡାରୁ ଗୁଣପୁର ଅଭିମୁଖେ ଆସୁୁଥିଲେ ା ତାଣ୍ଡିକଣା ଛକରେ କାର ଛାଡି ଏକ ବାଇକରେ ଗୁଣପୁର ବାହାରିଥିଲେ ା ତାଣ୍ଡିକଣାଠାରୁ କିଛି ଦୁର ଯିବା ପରେ ତାଙ୍କ ବାଇକ ଦୂର୍ଘଟଣାଗ୍ରସ୍ତ ହୋଇଥିଲା ା ସଙ୍ଗେ ସଙ୍ଗେ ତାଙ୍କୁ ରାମନାଗୁଡା ପରେ ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ା ଅବସ୍ଥା ସଂକଟାପନ୍ନ ଥିବାରୁ ଶ୍ରିକାକୁଲମ ନିଆଯାଇଥିଲା ା ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ା ଗୋଟିଏ ଦିନରେ ତାଙ୍କର ଅଧ୍ୟକ୍ଷ ପଦ ଚାଲିଯିବା ଏବଂ ମୃତ୍ୟୁ ହେବା ଦଳୀୟ କର୍ମକର୍ତ୍ତା ସହ ଶୁଭେଛୁମାନଙ୍କୁ ଶକ୍ତ ଆଘାତ ଦେଇଥିଲା ା ପ୍ରଥମେ ଏହି ଘଟଣାକୁ ନେଇ ଗତ ୨୮ ତାରିଖରେ କଂଗ୍ରେସ ପକ୍ଷରୁ ରାମନାଗୁଡା ବନ୍ଦ ପାଳନ କରାଯାଇଥିଲା ା

Share