ରାୟଗଡ଼ା ଅଫିସ,୧୯।୨: ରାୟଗଡ଼ା ଜିଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିର ଗଙ୍ଗାଧର ପୁଆଲା ୧୩ଟି ଭୋଟ ପାଇ ବିଜୟ ଲାଭ କରିଛନ୍ତି। ବିଜେଡିର ୭ ଜଣ ସଭ୍ୟ ଥିଲେ ମଧ୍ୟ ଜିଲା ପରିିଷଦ ଅଧ୍ୟକ୍ଷ ପଦ ହାତେଇବା ଏକ ପୋଖତ ରାଜନୀତିର ପରିଚୟ ଦେଇଛି। ସକାଳୁ ନିର୍ବାଚନକୁ ନେଇ କିଛିଟା ଉତ୍ତେଜନା ପ୍ରକାଶ ପାଇଥିଲା ଭାଜପା ପକ୍ଷରୁ ହୁଇପ୍ ଜାରି କି ଦଳର ସମସ୍ତ ସଦସ୍ୟ ଭୋଟରୁ ନିବୃତ ରହିବେ। କିନ୍ତୁ ଦଳର ୨ ଜଣ ପ୍ରାର୍ଥୀ ଭୋଟ ଦେଇଥିବା ଜଣାପଡ଼ିଛି। ଏହି ଦୁଇ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ବାଧ୍ୟ କରାଯାଇଥିବା ଭାଜପା ଅଭିଯୋଗ କରିଛି। ଏନେଇ ପୋଲିସ, ଭାଜପା ଏବଂ କଂଗ୍ରେସ ମଧ୍ୟରେ ବଚସା ହୋଇଥିଲା।