ମାର୍ଶାଘାଇ,୩୦।୯(ଡି.ଏନ୍.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ସଭାଗୃହଠାରେ ସୋମବାର ଜିଲା ପ୍ରଶାସନର ମିଳିତ ଜନଶୁଣାଣି ଅଭିଯୋଗ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୯୧ ଅଭିଯୋଗର ଶୁଣାଣି ହୋଇଥିବା ବେଳେ ସେଥିରୁ ବ୍ୟକ୍ତିଗତ ୧୭୧ ଓ ସାମୁହିକ ୨୦ଟି ଅଭିଯୋଗ ରହିଛି। ଏଥିରେ ଜିଲାପାଳ ସମର୍ଥ ବର୍ମା, ମାର୍ଶାଘାଇ ତହସିଲଦାର ନିରଞ୍ଜନ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।